ବଲିଉଡ ଅଭିନେତ୍ରୀ ଦିବ୍ୟା ଚୋକସୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ,ଏଜେନ୍ସି: ବଲିଉଡର ଆଉ ଏକ କଳାକାରଙ୍କ ମୃତ୍ୟୁ ହୋଇଛି। ବଲିଉଡ ଅଭିନେତ୍ରୀ ଦିବ୍ୟା ଚେକସୀଙ୍କ ଗତକାଲି ରାତ୍ରିରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି। ସେ ଦେଢ଼ ବର୍ଷ ହେବ କ୍ୟାନସର ରୋଗରେ ପୀଡ଼ିତଥିଲେ। ଗତକାଲି ମୁମ୍ବାଇ ସ୍ଥିତ ବାସଭବନରେ ୩୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି।

ତେବେ ମୃତ୍ୟୁର ୨ ଘଣ୍ଟା ପୂର୍ବରୁ ସେ ନିଜ ଇନଷ୍ଟାଗ୍ରାମରେ ଷ୍ଟେରୀ ପୋଷ୍ଟ କରିଥିଲେ। ଯାହାକୁ ନେଇ ବର୍ତ୍ତମାନ ଖୁବ୍ ଚର୍ଚ୍ଚା ହେଉଛି। ସେଥିରେ ସେ ଲେଖିଛନ୍ତି ମୁଁ ଏବେ ହସ୍ପିଟାଲରେ, କଥା କହିବା ଅବସ୍ଥାରେ ମଧ୍ୟ ନାହିଁ, କ୍ୟାନସର ମତେ ଗ୍ରାସ କରିସାରିଲାଣି, ତେଣୁ ମାଆଙ୍କୁ ଡାକୁଛି ଯିବାବେଳେ କଷ୍ଟ କମ ହେଉ।

ସେହିପରି ଆଉ ଏକ ଷ୍ଟୋରୀରେ ସେ ଲେଖିଛନ୍ତି ଯେ ମୋ ନିକଟକୁ ବହୁ ସହାନୁଭୂତିର ସନ୍ଦେସ ଆସୁଛି। କିନ୍ତୁ ବର୍ତ୍ତମାନ ମୁଁ ମୃତ୍ୟୁ ଶଯ୍ୟାରେ ଶୋଇଛି। ବିନା ଦୁଃଖରେ ଆଉ ଏକ ଜୀବନ ମିଳିନଥାନ୍ତା। ତେବେ ଦିବ୍ୟାଙ୍କ ଏପରି ପୋଷ୍ଟ ସମସ୍ତଙ୍କୁ ହତଭାଗ କରିଦେଇଛି।

୨୦୧୬ରେ ହିନ୍ଦୀ ଫିଲ୍ମ ‘ହେ ଆପନା ଦିଲ ଆୱାରା’ରୁ ସେ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ କିଛି ଟିଭି ସିରିଏଲ ଓ ରିୟାଲିଟି ସୋରେ ମଧ୍ୟ ନଜର ଆସିଥିଲେ।