ସଇଁନ୍ତଳା,ଏନ୍ଏନ୍ଏସ୍ : କରୋନାକୁନେଇ ଦେଶରେ ଭୟର ମାହୋଲ । ବଲାଙ୍ଗୀର ସଇଁନ୍ତଲା ବ୍ଲକ କଅଁସର ପଞ୍ଚାୟତର ୨ଜଣ ଶ୍ରମିକ ଜିଲା ବାହାରୁଫେରିଥିବା ବେଳେ ଜଣଙ୍କୁ ଜ୍ୱର ହେବା ସହ ତାଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟଜଣେ ଶ୍ରମିକ ଗରୁୁତର ଅବସ୍ଥାରେ । ଏହି ଘଟଣାକୁନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ । କଅଁସର ସରପଞ୍ଚ ସନାତନ ଦୀପଙ୍କ ସୂଚନା ଅନୁସାରେ, କଅଁସର ଗାଁ ବରଗଛପଡ଼ାର ୨୩ ବର୍ଷୀୟ ଜଳନ୍ଧର ଭୋଇ ଓ ୨୬ ବର୍ଷୀୟ ବିଶ୍ୱାମିତ୍ର ସାହୁ କିଛି ମାସ ହେବ କଳାହାଣ୍ଡି ଜିଲ୍ଲାର ମୋହନଗିରି ଅଞ୍ଚଳରେ ଶ୍ରମିକ ଭାବେ କାମ କରୁଥିଲେ। ମାର୍ଚ୍ଚ ୨୪ ତାରଖରି ଉଭୟ ଗାଁକୁ ଫେରିଥିଲେ ।
କିଛି ଦିନ ତଳେ ଜଳନ୍ଧରଙ୍କୁ ଜ୍ୱର ହେବାରୁ ଘରୋଇ ଡାକ୍ତରଙ୍କୁଦେଖାଇଥିଲେ। ତାଙ୍କୁ ମ୍ୟାଲେରିଆ ଓ ଟାଇଫଏଡ଼ ହୋଇଥିବା କହି ଡାକ୍ତର ଔଷଧ ଦେଇଥିଲେ। ଶନିବାର ରାତିରେ ଜଳନ୍ଧର ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିବା କହିଥିଲେ। ଅବସ୍ଥା ଗରୁୁତର ହେବାରୁ ପରିବାର ଲୋକେ ତାଙ୍କୁ ସଇଁନ୍ତଲା ଡାକ୍ତରଖାନା ଓ ପରେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ଜଳନ୍ଧରଙ୍କ ମୃତ୍ୟୁ ହୋଇ ସାରିଥିଲା। ତାଙ୍କ ସାଙ୍ଗରେ ଯାଇଥିବା ବିଶ୍ୱାମିତ୍ର ଗତ ଦୁଇଦିନ ହେଲା ଜ୍ୱର ହୋଇ ସୋମବାର ଗରୁୁତର ହୋଇଥିଲେ ।
ଏ ବଷିୟରେ ସ୍ଥାନୀୟ ତହସିଲଦାର ସୁନମ କିଶୋର ଡୁଙ୍ଗଡୁଙ୍ଗ ଓ ଆଇଆଇସି ବାରିଣୀ ଦାସ ଜାଣିବା ପରେ କଅଁସର ସରପଞ୍ଚ ଶ୍ରୀ ଦୀପଙ୍କୁ ୧୦୪ରେ ଯୋଗାଯୋଗ କରିବାକୁ କହିବା ସହ ତୁରନ୍ତ ବିଶ୍ୱାମିତ୍ରର ଚିକିତ୍ସା ବ୍ୟବସ୍ଥା କରିବାକୁ କହିଥିଲେ। ସରପଞ୍ଚ ଶ୍ରୀ ଦୀପଙ୍କ କହିବା ଅନୁସାରେ ତାଲା ବନ୍ଦ ଯୋଗଁ କୌଣସି ଗାଡ଼ି ନମିଳିବା ତଥା ଆମ୍ବୁଲାନ୍ସ ନମିଳି ବୁ ବାରେ ବିଳମ୍ବ ହେଉଥିବା ଦେଖି ଏକ ବାଇକରେ ଶ୍ରୀ ସାହୁଙ୍କୁ ଡାକ୍ତରଖାନା ପଠାଇଥିଲେ ।ତେବେ ଏହାକୁ ନେଇ ଅଞ୍ଚଳରେ କୋକୁଆ ଭୟ ଦେଖିବାକୁ ମିଳିଛି।