କଟକଣା ନମାନି ପାଳନ କରୁଥିଲେ ରାମ ନବମୀ : ୭ ଗିରଫ

ବଲାଂଗୀର,ଏନ୍ଏନ୍ଏସ୍ : ଆଜି ଥିଲା ପବିତ୍ର ରାମ ନବମୀ । ତେବେ କରୋନାକୁ ନେଇ କଟକଣା ଜାରି ରହିଥିବାରୁ ରାମ ନବମୀ ପାଳନ ଉପରେ ମଧ୍ୟ କଟକଣା ରହିଛି । ତେବେ ଏହି କଟକଣାକୁ ଅମାନ୍ୟ କରି ବଲାଂଗୀର ସଦର ଥାନା ଅନ୍ତର୍ଗତ ସଦାଇପାଲି ଗାଁ ମଣ୍ଡପରେ ରାମ ନବମୀ ପାଳନ କରାଯାଉଥିଲା । ଏ ସମ୍ପର୍କରେ ଖବର ମିଳିବା ପରେ ପୁଲିସ ସେଠାରେ ଚଡାଉ କରିଥିଲା ଏବଂ ଜେସିବି ମେସିନ ଲଗାଇ ମଣ୍ଡପକୁ ଭାଂଗି ଦେଇଥିଲା । ଏହା ସହିତ ଆୟୋଜକଙ୍କ ମଧ୍ୟରୁ ୭ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି ।