ଜନସମୁଦ୍ର ପାଲଟିଲା ବଲାଙ୍ଗିର ସହରର ମୁଖ୍ୟ ରାସ୍ତା

ବଲାଙ୍ଗିର,ଏନ୍ଏନ୍ଏସ୍: ସରକାର ସାମାଜିକ ଦୂରତା ଉପରେ ବେଶ୍ ଗୁୁରୁତ୍ୱ ପ୍ରଦାନ କରିବା ସହିତ ଜିଲ୍ଲାପ୍ରଶାସନ ମଧ୍ୟ ଏହାକୁ କଡାକଡି ପାଳନ କରିବା ପାଇଁ ଦିନ ରାତି ଏକ କରୁଛନ୍ତି। ଗତ ୨ ଦିନ ହେବ ରାଜ୍ୟରେ ସଟଡାଉନ ପରେ ସୋମବାର ଦିନ ବଜାର ଖୋଲୁ ଖୋଲୁ ବଲାଙ୍ଗିର ସହରରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଛି। ସହରର ମୁଖ୍ୟ ରାସ୍ତା ଜନସମୁଦ୍ର ପାଲଟିଛି।

ସହରର ପାଟଣା ହୋଟେଲ ଛକ ଠାରୁ ସମଲେଶ୍ୱରୀ ମନ୍ଦିର ଛକ ପର୍ଯ୍ୟନ୍ତ ପ୍ରବଳ ଭିଡ ଦେଖିବାକୁ ମିଳିଛି। ସଂକ୍ରମଣର ଶିକୁଳିକୁ ଭାଙ୍ଗିବାକୁ ଯାଇ ସରକାର ସପ୍ତାହନ୍ତ ଲକଡଉନ ଘୋଷଣା କରିଥିବା ବେଳେ ଜିଲ୍ଲା ପ୍ରଶାସନର ଦୂର ଦୃଷ୍ଟି ଅଭାବରୁ ଏହି ସଂକ୍ରମଣ କେତେ ମାତ୍ରାରେ ବଢାଇବ ତାହକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

ଏହା ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୫ ଦିନିଆ ଲକଡାଉନକୁ ନେଇ ବିକ୍ରମ ଛକରୁ ସମଲେଶ୍ୱରୀ ମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତାକୁ ବାଉଁଶ ବାଡ଼ ଦ୍ୱାର ବନ୍ଦ କରି ଦିଆଯାଇଥିଲା। ଶନିବାର ଓ ରବିବାର ସପ୍ତାହନ୍ତ ଲକଡାଉନ ରହିବା ପରେ ସୋମବାର ବଜାର ଖୋଲିଥିଲା। ପନ୍ଦର ଦିନର ଲକଡଉନକୁ ଯୋଗୁଁ ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଅନ୍ୟପଟେ ବିକ୍ରମ ଛକଠୁ ସମଲେଶ୍ୱରୀ ମନ୍ଦିର ରାସ୍ତା ବନ୍ଦ କରାଯାଇଥିବା ଯୋଗୁଁ ଆଖପାଖ ସମସ୍ତ ରାସ୍ତା ଭିଡରେ ଭର୍ତ୍ତି ହେବା ସହ ଏକ ରକମ ମେଳା ଭ୍ରମ ସୃଷ୍ଟି ହୋଇଥିଲା। ଖବର ପାଇ ପୁଲିସ ଆସି ଭିଡ଼ ନିୟନ୍ତ୍ରଣ କରିଥିଲା। ତେବେ ଏହି ଭିଡ ଦ୍ୱାର କେତେ ସଂକ୍ରମଣ ବ୍ୟାପିଥିବ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡ଼ିବ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି।