ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ବଲାଙ୍ଗିରରେ ୨ଦିନିଆ ବନ୍ଦ ଡାକରା

ବଲାଙ୍ଗିର,ଏନ୍ଏନ୍ଏସ୍: ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଓକିଲ ସଂଘ ପକ୍ଷରୁ ବୁଧବାର ଠାରୁ ଦୁଇ ଦିନିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାରେ କେବଳ ରାଜ୍ୟ ଓ କେନ୍ଦ୍ରସରକାରଙ୍କ କାର୍ଯ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି।

ଏହି ପରିପ୍ରେକ୍ଷୀରେ ଗାଡ଼ି ଚଳାଚଳ, ଦୋକାନ ବଜାର, ହସ୍ପିଟାଲ ଓ ସ୍କୁଲ କଲେଜ ଖୋଲା ରହିବ ବୋଲି ଜଣାପଡ଼ିଛି। ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଓକିଲ ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରଖାଯାଇଛି। ସମ୍ବଲପୁର ଓକିଲ ସଂଘ ମାସର ଶେଷ ୩ଟି କାର୍ଯ୍ୟଦିବସରେ କୋର୍ଟ କଚେରି ସହିତ ସମସ୍ତ ଅଫିସ ବନ୍ଦ କରିବ। ସେହିପରି କୋରାପୁଟ ଜିଲ୍ଲାରେ ୧୧ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ବ୍ରହ୍ମପୁରରେ ମଧ୍ୟ ପ୍ରତିମାସରେ ୪ଦିନ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛି।