ଶାଶୂଙ୍କ ଶ୍ରାଦ୍ଧ ଦିବସରେ ବୋହୂଙ୍କ ରକ୍ତଦାନ

ବରଗଡ଼,ଏନ୍ଏନ୍ଏସ୍: ଶାଶୂଙ୍କ ଶ୍ରାଦ୍ଧ ଦିବସରେ ବୋହୂ ରକ୍ତଦାନ କରି ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରକାଶ ଯେ, ବରଗଡ଼ ନିୟନ୍ତ୍ରିତ ବଜାର କମିଟିରେ କାର୍ଯ୍ୟରତ ନିମାଇଁ ମହାପାତ୍ରଙ୍କ ମା’ଙ୍କ ଶ୍ରାଦ୍ଧ ଦିବସ ଥିଲା। ଏହି ଦିବସକୁ ମନେ ରଖିବା ପାଇଁ ଓ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବା ପାଇଁ ନିମାଇଁଙ୍କ ପତ୍ନୀ ରୀନା ମହାପାତ୍ର ରକ୍ତଦାନ କରିଥିଲେ। କରୋନା ସମୟରେ ନିଜର ଶାଶୂଙ୍କ ଶ୍ରାଦ୍ଧ ଦିବସରେ ଜଣେ ମହିଳା ଘରୁ ବାହାରି ହସ୍ପିଟାଲର ରକ୍ତଭଣ୍ଡାରକୁ ଆସି ରକ୍ତଦାନ କରିବା ନିଶ୍ଚିତ ଭାବରେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ।