କରୋନା ଯୋଗୁଁ ପଡ଼ି ରହିଲା ମୃତଦେହ

ବାଲେଶ୍ୱର,ଏନ୍ଏନ୍ଏସ୍: କରୋନା ଭୟରେ କେହି ପଦାକୁ ବାହାରୁ ନଥିବା ବେଳେ ଆଜି ଏହି ଭୟରେ ଗାଁରେ ମୃତ ଦେହ ପଡ଼ି ରହିଛି। ଆନୁନାହାନ୍ତି କେହି କାନ୍ଧ ଦେବାକୁ। ଦୀର୍ଘ ୧୨ଘଣ୍ଟା କାଳ ପଡିରହିଛି ମୃତଦେହ। କରୋନା ଭୟରେ ଗ୍ରାମବାସୀ ଶବ ସତ୍କାର ପାଇଁ ଆସୁନଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡି ପଞ୍ଚାୟତ ଗଉଡପଡା, ଖଟନଗର ଅଞ୍ଚଳରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଗତ ମାର୍ଚ୍ଚ ମାସ ୩ତାରିଖରେ କଲିକାତରୁ ଶ୍ରୀଧର ଦଳାଇ ଫେରିଥିଲେ। ହଠାତ୍ ଦେହ ତାଙ୍କର ଖରାପ ହେବାରୁ ସେ ସ୍ଥାନୀୟ ଡାକ୍ତରଖାନା ପରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଯାଇଥିଲେ।

ତେବେ ଡାକ୍ତରଖାନାର ଡାକ୍ତର ତାଙ୍କୁ ଜଣ୍ଡିସ ହୋଇଛି ବୋଲି ସୂଚନା ଦେଇଥିଲେ। ତେବେ ଚିକିତ୍ସା ଅଭାବରୁ ଗତକାଲି ଡାକ୍ତରଖାନା ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଗତକାଲି ରାତିରେ ମୃତ ଦେହକୁ ଆମ୍ବୁଲାନ୍ସ ଆଣି ଘରେ ଛାଡିଦେଇଥିଲେ । ଦୀର୍ଘ ୧୨ଘଣ୍ଟା ସମୟ ବିତିଯାଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ଗ୍ରାମବାସୀ ମାନେ କରୋନା ଭୟରେ ଶବକୁ ମଶାଣି ନେବକୁ କେହି ଆସୁନାହାନ୍ତି । ମୃତକଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଓ ୧୨ବର୍ଷର ପୁଅ ଶବ ସତ୍କାର ପାଇଁ ଅସମର୍ଥ ଥିବାବେଳେ ଗ୍ରାମବାସୀମାନଙ୍କ ସହଯୋଗ ଆଶାକରିଛନ୍ତି ଶ୍ରୀଧରଙ୍କ ସ୍ତ୍ରୀ ।

ଲୋକମାନେ ଏତେ ଅମାନବୀୟ ଯେ ନିଜର ମାନବିକତା ବି ହଜାଇସାରିଲେଣି । ବାରମ୍ୱାର ବାରମ୍ୱାର କୁହାଯାଉଛି ଯେ କରୋନାକୁ ନେଇ କୌଣସି ମିଥ୍ୟା ଗୁଜବ କି ମିଥ୍ୟା ଆରୋପ ନକରି ନିଜର ମାନବିକତାର ପରିଚୟ ଦିଅ । କିନ୍ତୁ ଏ ପାପି ମଣିଷ ତାହା ବୁଝିବା ପାଇଁ ଅସମର୍ଥ।