ପାଟଣା.ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ନଂ ଜାତୀୟ ରାଜପଥର ଖିରେଇଟାଙ୍ଗିରି ଶାଳ ନିକଟରେ ଏକ କଲଭର୍ଟ ତଳୁ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମୃତକ ଚିଲିଦା ଗ୍ରାମର ପ୍ରଦୀପ କୁମାର ମହାନ୍ତ। ସେ ଚେନ୍ନାଇରେ ଏକ ଘୋରଇ କମ୍ପାନୀରେ ଡ୍ରାଇଭର ଭାବରେ କାର୍ୟ୍ୟ କରୁଥିଲେ। ଗତକାଲି ସେ ଘରକୁ ଫେରୁଥିବା ବେଳେ ସେ ପହଞ୍ଚି ନଥିଲେ।
ଆଜି ସକାଳୁ କ୍ଷତ ବିକ୍ଷତ ଅବସ୍ଥାରେ ରାସ୍ତାକଡ଼ ଏକ ଡାଇଭର୍ସନ ତଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।