କୋଭିଡ୍ ଭ୍ୟାକ୍ସିନ୍ ପରୀକ୍ଷା ପାଇଁ ଶରୀର ଦାନ ଘୋଷଣା କଲେ ଏବିଭିପି କାର୍ଯ୍ୟକର୍ତ୍ତା

ଫୁଲବାଣୀ,ଏନ୍ଏନ୍ଏସ୍: ମହାମାରୀ କରୋନାର ଚିକିତ୍ସା ପାଇଁ ଭାରତୀୟ ବୌଜ୍ଞାନିକମାନେ ଚେଷ୍ଟା ଚଳାଇଛନ୍ତି। ଏଥିରେ କେତେକାଂଶରେ ସଫଳ ମଧ୍ୟ ହୋଇଛନ୍ତି। ପ୍ରତିଶେଧକ ଭ୍ୟାକ୍ସିନ୍ ପ୍ରସ୍ତୁତି ସରିଛି ତେବେ ଏହାର ପରୀକ୍ଷା ବାକି ରହିଛି। ଏହି ଭ୍ୟାକ୍ସିନ ପରୀକ୍ଷା ପାଇଁ ମଣିଷ ଶରୀର ଆବଶ୍ୟକ ଥିବା ସମୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କନ୍ଧମାଳ ଜିଲ୍ଲା ସଂଗଠନ ସମ୍ପାଦକ ସୁଦର୍ଶନ ବାରିକ ନିଜ ଶରୀର ପରୀକ୍ଷା ପାଇଁ ଦାନ କରିବାକୁ ଘୋଷଣା କରିଛନ୍ତି।

ଏଥିପାଇଁ ଜିଲ୍ଲା ଏବିଭିପି ପକ୍ଷରୁ ତାଙ୍କୁ ପ୍ରଶଂସା କରାଯିବ ସହ ସଂଗଠନ କେବଳ ଛାତ୍ର ସମାଜ ନୁହେଁ ସାରା ମଣିଷ ସମାଜର ହିତ ପାଇଁ ପ୍ରସ୍ତୁତ ବୋଲି ସଂଗଠନର ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା ପ୍ରକାଶ କରିଛନ୍ତି।