ନଦୀ ଘାଟରେ ଡଙ୍ଗା ଭସାଇବା ମନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପରମ୍ପରା ଉପରେ ପୁଣି କରୋନା ପାହାର। କାର୍ତ୍ତିକ ପୂର୍ଣ୍ଣିମା ନେଇ କଟକଣା ଜାରି କଲେ ରାଜ୍ୟ ସରକାର। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ ସରକାରଙ୍କ କଟକଣା ଲଗାଇଛନ୍ତି। ଗାଇଡ୍‌ଲାଇନ୍ ଅନୁସାରେ ୩୦ ତାରିଖ ପୂର୍ଣ୍ଣିମା ଦିନ ନଦୀ ଘାଟରେ ଗହଳି, ଗାଧୋଇବା ବାରଣ କରାଯାଇଛି। କଟକଣା ନେଇ ସ୍ୱତନ୍ତ୍ର ରିଲିଫ୍ କମିସନର ନିର୍ଦ୍ଦେଶାନାମା ଜାରି କରିଛନ୍ତି।

ନଦୀ ଘାଟ, ପୋଖରୀରେ ଗହଳି କରି ଗାଧୋଇବା, ଡଙ୍ଗା ଭସା ଭଳି କାର୍ଯ୍ୟକ୍ରମକୁ ମନା କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାଲିଯାତ୍ରା ମଧ୍ୟ ବନ୍ଦ କରାଯାଇଛି।