ଚମ୍ବଲ ନଦୀ ପାର ହେବା ସମୟରେ ଓଲଟିଲା ଡଙ୍ଗା: ୭ ମୃତ, ୧୪ ନିଖୋଜ

କୋଟା,ଏଜେନ୍ସି: ରାଜସ୍ଥାନର ବୁନ୍ଦି ଜିଲ୍ଲା ଗୋଠଡା କଲା ଗାଁ ନିକଟସ୍ଥ ଚମ୍ବଲ ନଦୀରେ ଆଜି ଏକ ଡଙ୍ଗା ଓଲଟି ୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୪ ଜଣ ନିଖୋଜ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଆଜି ଚମ୍ବଲ ନଦୀ ପାର ହୋଇ ୨୫-୩୦ ଜଣ ଲୋକ କମଲେଶ୍ୱର ଧାମକୁ ଯାଉଥିଲେ। ଏହି ଡଙ୍ଗାରେ ମହିଳା ଓ ଶିଶୁ ମଧ୍ୟ ଥିଲେ। ତେବେ ଡଙ୍ଗାଟି କୌଣସି କାରଣରୁ ଓଲଟି ପଡ଼ିବାରୁ ଅନେକ ଲୋକ ବୁଡ଼ିଯାଇଥିଲେ। ସେଥିରୁ ୭ ଜଣଙ୍କ ଶବ ଉଦ୍ଧାର ହୋଇଛି। ଯେଉଁଥିରେ ୩ ମହିଳା ଓ ୪ ପୁରୁଷ ଅଛନ୍ତି। ସେହିପରି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ୧୪ ଜଣ ଏବେ ବି ନିଖୋଜ ଥିବା ଜଣାପଡ଼ିଛି।