ଗଣେଶ ପୂଜା ଭସାଣିରେ ଅଘଟଣ: ଡଙ୍ଗା ବୁଡି ୧୧ଜଣ ମୃତ

ମଧ୍ୟପ୍ରଦେଶ,ଏଜେନ୍ସି: ଭୋପାଳ ଠାରେ ଗଣେଶ ବିସର୍ଜନ ସମୟରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଶୁକ୍ରବାର ସକାଳ ସାଢ଼େ ୪ଟା ସମୟରେ ଦୁର୍ଘଟଣା ଭୋପାଳର ଖଟଲାପୁରଘାଟରେ ଗଣେଶ ବିସର୍ଜନ ସମୟରେ ଶ୍ରଦ୍ଧାଳୁମାନଙ୍କ ଏକ ଡଙ୍ଗା ବୁଡ଼ିଯାଇଥିଲା। ଫଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଡଙ୍ଗାରେ ୧୯ଜଣ ଯାତ୍ରୀ ଥିଲେ।

୧ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୮ଜଣଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରାଯାଉଛି। ବର୍ଷା କାରଣରୁ ଜଳ ସ୍ରୋତ ପ୍ରଖର ଥିବାରୁ ଡଙ୍ଗାଟି ବୁଡିଯାଇଥିବା ଭୋପାଳ ଡିଆଇଜି ଈର୍ଷଦ ବଳି ସୂଚନା ଦେଇଛନ୍ତି।