ଡଙ୍ଗା ବୁଡ଼ି ୩ ଜଣ ନିଖୋଜ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ମାଟେରୁ ପଂଚାୟତର ନିଲିଗୁଡ଼ା ନିକଟସ୍ଥ ସାବେରୀ ନଦୀରେ ଦେଶୀ ଡଙ୍ଗୁ ବୁଡ଼ି ଡଙ୍ଗା ଚାଳକଙ୍କ ସମେତ ୩ ଜଣ ନିଖୋଜ ହୋଇଥିବା ଜଣାପଡ଼ିଛି। ଠେଗଡ଼ାପାଲ୍ଲୀ ରାଜସ୍ୱ ଗ୍ରାମର ହାମଲେଟ ଗ୍ରାମ ନିଲିଗୁଡ଼ା ଗ୍ରାମର ରାଜା କବାସୀଙ୍କ କନ୍ୟା ଦିନେ କବାସୀ(୧୮) ଓ ମଲିକା କବାସୀ(୧୪) ନିଜ ସମ୍ପର୍କିୟଙ୍କ ଘରକୁ ଆଜି ସକାଳେ ଛତିଶଗଡ଼ର କେରଲାପାଲ ଗ୍ରାମକୁ ଯାଇଥିଲେ। ସେଠାରୁ ସଂଦ୍ଧ୍ୟାରେ ଫେରଥିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡ଼ି ଯାଇଥିଲା। ଫଳରେ ଡଙ୍ଗା ଚାଳକଙ୍କ ସହ ଦିନେ ଓ ମଲିକା ନିଖୋଜ ଥିବା ଜଣାପଡ଼ିଛି।

ମୋଟୁସ୍ଥିତ ଆଶ୍ରମ ବିଦ୍ୟାଳୟରେ ୧୦ ମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଦଶହରା ଛୁଟିରେ ଘରକୁ ଆସିଥିଲେ। ତେବେ ସଂଦ୍ଧ୍ୟା ହୋଇଥିବାରୁ ଅଗ୍ନିଶ୍ରମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଇନଥିବା ଜଣାପଡ଼ିଛି। ଆସନ୍ତାକାଲି ସକାଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।