ଡଙ୍ଗା ବୁଡ଼ି ଘଟଣା: ୨ ଦିନ ପରେ ମିଳିଲା ୨ ଜଣଙ୍କ ମୃତଦେହ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ମାଟେରୁ ପଂଚାୟତର ନିଲିଗୁଡ଼ା ନିକଟସ୍ଥ ସାବେରୀ ନଦୀରେ ଦେଶୀ ଡଙ୍ଗା ବୁଡ଼ି ଘଟଣାରେ ୨ ଦିନ ପରେ ରବିବାର ୨ ଜଣ କନ୍ୟାଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ବର୍ତମାନ ମଧ୍ୟ ଡଙ୍ଗା ଚାଳକଙ୍କ ପତ୍ତା ମିଳିନାହିଁ। ଶନିବାର ଠାରୁ ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେବେ ପଡ଼ିଆ ବ୍ଲକର ଠେଗଡ଼ାପାଲ୍ଲୀ ରାଜସ୍ୱ ଗ୍ରାମର ହାମଲେଟ ଗ୍ରାମ ନିଲିଗୁଡ଼ା ଗ୍ରାମର ରାଜା କବାସୀଙ୍କ କନ୍ୟା ଦିନେ କବାସୀ(୧୮) ଓ ମଲିକା କବାସୀ(୧୪)ଙ୍କ ଶବ ଉଦ୍ଧାର କରାଯାଇଛି। ଉଭୟ ଭଉଣୀ ନିଜ ସମ୍ପର୍କିୟଙ୍କ ଘରକୁ ଗତ ୧୧ ତାରିଖରେ ଛତିଶଗଡ଼ର କେରଲାପାଲ ଗ୍ରାମକୁ ଯାଇ ସଧ୍ୟାରେ ଫେରଥିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡ଼ି ଯାଇଥିଲା। ଫଳରେ ଡଙ୍ଗା ଚାଳକଙ୍କ ସହ ଦିନେ ଓ ମଲିକା ନିଖୋଜ ଥିଲେ।