ଡଙ୍ଗାବୁଡ଼ି ୩ ନିଖୋଜ

ମାଲକାନଗିରି,ଏନ୍ଏନ୍ଏସ୍: ଗତକାଲି ୪ଜଣ ଗ୍ରାମବାସୀନାକାମାମୁଡ଼ିରୁ ତୋଟାଗୁଡାକୁ ଏକ ଦେଶୀ ଡଙ୍ଗାରେ ବାଲିମେଳା ଜଳଭଣ୍ଡାରରେ ଯାଉଥିବାବେଳେ ବର୍ଷା ପବନରେ ଡଙ୍ଗାଟି ଆମ୍ବିଳୀବେଡା ଠାରେ ଓଲଟି ଯାଇଥିଲା । ଏହି ସମୟରେ ଡଙ୍ଗାରେ ଥିବା ୪ଜଣ ଯାତ୍ରୀ ବୁଡ଼ିଯାଇଥିବାବେଳେ ସେଥି ମଧ୍ୟରୁ ଜଣେ ନିଜ ଜୀବନ ବଞ୍ଚାଇ କୂଳକୁ  ଆସିଥିବା ବେଳେ ଅନ୍ୟ ୩ଜଣ ନିଖୋଜ ଅଛନ୍ତି । ତେବେ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ଉଦ୍ଧାରକାରୀ ଦଳ କିମ୍ବା ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି ।