ପୁଣି ରାଜସ୍ୱ ଆଦାୟରେ ନୂଆ ରେକର୍ଡ କଲା ବିଏମସି, ୨୦୨୧-୨୨ରେ ୧୫୦କୋଟିରୁ ଉର୍ଦ୍ଧ୍ୱ ଟ୍ୟାକ୍ସ ଆଦାୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁଣି ରାଜସ୍ୱ ଆଦାୟରେ ନୂଆ ରେକର୍ଡ କଲା ବିଏମ୍‌ସି। ପୂର୍ବ ବର୍ଷ ଅପେକ୍ଷା ୨୦୨୧-୨୨ରେ ୧୫୦ କୋଟିରୁ ଉର୍ଦ୍ଧ୍ୱ ଟ୍ୟାକ୍ସ ଆଦାୟ କରିଛି ଭୁବନେଶ୍ୱର ମହାନଗର ନିଗମ।

ଗତବର୍ଷ ଭୁବନେଶ୍ୱରରେ ୧୧୮ କୋଟି ଟଙ୍କା ଟ୍ୟାକ୍ସ ଆଦାୟ କରାଯାଇଥିଲା ମାତ୍ର ଏବର୍ଷ ଟ୍ୟାକ୍ସ ଆଦାୟ ଢେର ବୃଦ୍ଧି ପାଇଛି। ପୂର୍ବ ବର୍ଷ ଅପେକ୍ଷା ଏବର୍ଷ ଅଧିକ ସମସ୍ୟା ଥିଲେ ବି ରେକର୍ଡ ସଂଖ୍ୟକ ଟ୍ୟାକ୍ସ ଆଦାୟ କରାଯାଇଛି।

ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଆଦାୟ ହୋଇଥିବା ହୋଲ୍ଡିଂ ଟ୍ୟାକ୍ସର ପରିମାଣ ୬୨ କୋଟି, ୫୦ ଲକ୍ଷ ୨୮ ହଜାର ୪୨୮ ଟଙ୍କା ହୋଇଥିବା ବେଳେ ଅନ୍ୟ ଉତ୍ସରୁ ୮୮କୋଟି ୧ ଲକ୍ଷ ୫୬ ହଜାର ୬୨୪ ଟଙ୍କା ଆଦାୟ ହୋଇଛି।

ଏଥର ବିଏମସି ଏରିୟାରେ ଡିଜିଟାଲ ପେମେଣ୍ଟ ସବୁଠାରୁ ଅଧିକ ହୋଇଛି। ଅଫିସ୍ ଆସି ଦେୟ ଜମା କରିବାକୁ ଲୋକ ପସନ୍ଦ କରିନାହାନ୍ତି । ସ୍ମାର୍ଟ ସିଟି ଲିମିଟେଡ୍ ପ୍ରସ୍ତୁତ କରିଥିବା ୱେବ୍‌ସାଇଟ୍‌ (ଭୁବନେଶ୍ୱର ଡଟ୍ ଏମ୍‌ଇ) ଜରିଆରେ ସର୍ବାଧିକ ଆଦାୟ ହୋଇଛି ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଉଛି।