ଦୋଳ ପାଇଁ କଟକଣା ଜାରି କଲା ବିଏମସି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ମହାନଗରରେ ଦୋଳ ଓ ହୋଲି ଉତ୍ସବ ପାଇଁ ବିଏମସି କଟକଣା ଜାରି କରିଛି। ଏନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। କଟକଣା ମୁତାବିକ, ସର୍ବସାଧାରଣ ସ୍ଥାନରେ ହୋଲି ପାଳନ କରାଯାଇପାରିବ ନାହିଁ। ଦୋଳ ମେଳଣରେ ପ୍ରତି ଠାକୁରଙ୍କ ପାଇଁ ୪-୫ ଜଣଙ୍କୁ ଅନୁମତି ମିଳିବ। ଗୋଟିଏ ସ୍ଥାନରେ ୬୦ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବନି। ଦୋଳ ଲାଗି ଏକାଠି ୧୦ଟି ବିମାନ ଆସିବାକୁ ଅନୁମତି ପ୍ରଦାନ କରାଯିବ। ଏଥିସହିତ ଭୁବନେଶ୍ୱରରେ ସ୍ଥିତି ଗମ୍ଭୀର ହୋଇନି, ନିୟନ୍ତ୍ରଣରେ ରହିଛି। କିନ୍ତୁ ଗାଇଡଲାଇନ ନମାନିଲେ ସ୍ଥିତି ଗମ୍ଭୀର ହୋଇପାରେ ବୋଲି କମିଶନର ସୂଚନା ଦେଇଛନ୍ତି।