ପ୍ରଥମଥର ପାଇଁ କୋରନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲା ବିଏମସି

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ୫ କରୋନା ପଜେଟିଭ ବ୍ୟକ୍ତିଙ୍କ ପରିଚୟ ପ୍ରଥମଥର ପାଇଁ ପ୍ରଦାନ କରିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମର କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ପ୍ରକାଶ କରିଛନ୍ତି । ଜନହିତ ପାଇଁ ଏହା ଜାଣିବା ନିହାତି ଜରୁରୀ ବୋଲି ବିଏମସି କିହଛି । ତେବେ ଉକ୍ତ ବ୍ୟକ୍ତିଙ୍କ ନା ପ୍ରଦିପ୍ତ ଦଳବେହେରା । ତାଙ୍କ ଘର ସୂର୍ୟ୍ୟନଗର, ପ୍ଲଟ ନମ୍ବର-୩୭, ୟୁନିଟ-୭ ବୋଲି ବିଏମସି ସୂଚନା ପ୍ରଦାନ କରିଛି । ଏହାସହ ସେ ରାଜ୍ୟ ବାହାରକୁ କିମ୍ବା ଦେଶ ବାହାରକୁ ଯାଇନାହାନ୍ତି ବୋଲି ବିଏମସି କହିଛି । ସେଥିପାଇଁ ଯେଉଁମାନେ ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ହୋମ ହୋମକ୍ୱାରେଂଟାଇନ୍ କରନ୍ତୁ । ଏହାସହ ୧୦୪କୁ ଫୋନ କରି ପଂଜୀକରଣ କରନ୍ତୁ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଏହାଛଡା ଉକ୍ତ ଆକ୍ରାନ୍ତଙ୍କ ଘର ସୂର୍ୟ୍ୟନଗରକୁ ସିଲ୍ କରାଯାଇଛି । ସଂପୃକ୍ତ ଅଂଚଳର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାକୁ ନିଷିଦ୍ଧ ଘୋଷଣା କରାଯାଇଛି । ଅନ୍ୟାଦେଶ ଆସିବା ପର୍ୟ୍ୟନ୍ତ ଏହା ବଜାୟ ରହିବ ବୋଲି ସେ କହିଛନ୍ତି । ଗୋପବନ୍ଧୁ ଛକରୁ ଏଲଆଇସି ଛକ, ଏଲଆଇସି ଛକରୁ ଗଙ୍ଗନଗର ଛକ ସିଲ୍ କରାଯାଇଛି । ପରେ ଗଙ୍ଗନଗର ଛକରୁ ଶିରିପୁର ଓ ଶିରିପୁରରୁ ଗୋପବନ୍ଧୁ ଛକକୁ ସଂପୂର୍ଣ୍ଣ ରୂପେ ସିଲ୍ କରାଯାଇଛି । ଏହାକୁ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କଡା ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି ।