ବଦଳିଲେ ବିଏମସି କମିସନର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ମହାନଗର ନିଗମ କମିସନର ବଦଳି ହୋଇଛନ୍ତି। ୧୯୯୭ ବ୍ୟାଚ୍ ଆଇଏଏସ ଅଫିସର ସଞ୍ଜୟ କୁମାର ସିଂହଙ୍କୁ ବିଏମସି କମିସନର ଭାବେ ଦାୟିତ୍ୱ ମିଳିଛି। ବର୍ତ୍ତମାନ ସଞ୍ଜୟ ସିଂହ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ସଚିବ ଅଛନ୍ତି। ବିଏମସି କମିସନର ସହିତ ବିଡିଏ ଉପାଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ଓ ଭୁବନେଶ୍ୱର ସ୍ମାର୍ଟ ସିଇଓ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ସେହିପରି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଜେନେରାଲ ଆଡମିନଷ୍ଟ୍ରେସନ ବିଭାଗରେ (ଜିଏ) ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି(ଓଏସଡି) ଦାୟିତ୍ୱ ଦିଆଯାଇଛି।