ଏଣିକି ବିବାହ ଉତ୍ସବରେ ୧୦୦ଲୋକଙ୍କୁ ଅନୁମତି

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱର ବୃଦ୍ଧି ପାଉଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନୂଆ କରୋନା କଟକଣା ଜାରି କରାଯାଇଛି। ଏଣିକି ଭୁବନେଶ୍ୱରରେ ବିବାହ ଉତ୍ସବରେ ୧୦୦ ଜଣ ଲୋକଙ୍କୁ ଅନୁମତି ମିଳିବ। ସେହପରି ଶୁଦ୍ଧିକ୍ରିୟାରେ ୫୦ ଲୋକ ଯୋଗଦାନ କରିପାରିବେ। କୌଣସି ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ, ରୌପ୍ୟ ଓ ଶତବାର୍ଷିକି ପାଳନ ଉପରେ ରୋକ ଲଗାଯାଇଛି। ଆସନ୍ତା ୬ ତାରିଖରୁ ଏହି କଟକଣା ଲାଗୁ ହେବ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।