ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ

ଉଚ୍ଚ ରକ୍ତଚାପ ଆଜି ଏକ ସମସ୍ୟା ହୋଇଗଲାଣି। ଯଦି ଉଚ୍ଚ ରକ୍ତଚାପର ସ୍ଥିତିକୁ କଣ୍ଟ୍ରୋଲ ନ କରାଯାଏ ତେବେ ଏହା ବିପଦଜନକ ହୋଇପାରେ। ବିଶେଷକରି ଗର୍ଭବତୀ ମହିଳାମାନଙ୍କ ପାଇଁ ଉଚ୍ଚ ରକ୍ତଚାପ ବଡ଼ ସମସ୍ୟା ହୋଇଥାଏ। ୱମେନ ହେଲ୍ଥ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ପ୍ରଥମ ଗର୍ଭାବସ୍ଥା ସମୟରେ ଉଚ୍ଚ ରକ୍ତଚାପ ଥିବା ମହିଳାମାନଙ୍କର ହୃଦ୍ଘାତ ହେବା ବା ଏହାଦ୍ୱାରା ପୀଡ଼ିତ ହେବାର ଆଶଙ୍କା ଚାରିଗୁଣ ବଢ଼ିଯାଏ। ଏହା ରକ୍ତ ବାହିକାଗୁଡ଼ିକର ଅପର୍ଯ୍ୟାପ୍ତ ଗଠନ ସହିତ ସମ୍ବନ୍ଧିତ। ଅଧ୍ୟୟନରୁ ଜଣାପଡ଼ିଛି ଦୁନିଆର ପାଖାପାଖି ୨ରୁ ୮ ପ୍ରତିଶତ ଗର୍ଭବତୀ ମହିଳାମାନଙ୍କର ପ୍ରିକ୍ଲେମ୍ପସିୟାର ନିଦାନ କରାଯାଇପାରିବ,ଯାହା ଇଚ୍ଚ ରକ୍ତଚାପର ବିଶେଷତା ଅଟେ। ସାଧାରଣତଃ ଏହା ମହିଳାମାନେ ଗର୍ଭବତୀ ହେବାର ୨୦ ସପ୍ତାହ ପରେ ଏହା ଆରମ୍ଭ ହୋଇଥାଏ।

ସମୟପୂର୍ବରୁ ଜନ୍ମ ନେଉଥିବା ୧୫ ପ୍ରତିଶତ ମହିଳାମାନଙ୍କ ମଧ୍ୟରେ ପ୍ରିକ୍ଲେମ୍ପସିୟା ଦେଖାଦେଇଥାଏ। ଅଧ୍ୟୟନରେ ୧୮ ରୁ ୫୪ ବର୍ଷ ବୟସର ୬୩୬୦ ଜଣ ମହିଳାଙ୍କୁ ସାମିଲ କରାଯାଇଥିଲା ଯେଉଁମାନେ ପ୍ରଥମ ଥର ପାଇଁ ଗର୍ଭବତୀ ହୋଇଥିଲେ। ଏଥିରୁ ଜଣାପଡିଛି ଯେ ପ୍ରଥମ ଥର ଗର୍ଭବତୀ ହୋଇଥିବା ମହିଳାମାନେ ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଅଛି, ସେମାନଙ୍କର ହୃଦ୍ଘାତରେ ମୃତ୍ୟୁ ହେବାର ସମ୍ଭାବନା ଚାରି ଗୁଣ ଅଧିକ ଥାଏ। ଗର୍ଭାବସ୍ଥା ସମୟରେ ପ୍ରିକ୍ଲେମ୍ପସିୟା ପାଇଁ ପରୀକ୍ଷା କରାଯାଏ ଓ ଜନ୍ମର ପାଞ୍ଚ ବର୍ଷ ମଧ୍ୟରେ ଏହି ରୋଗରେ ପୀଡ଼ିତ ପିଲାମାନଙ୍କର ଚିକିତ୍ସା କରାଯାଇଥାଏ। ସେଥିପାଇଁ ଗର୍ଭାବସ୍ଥା ସମୟରେ ଏସ୍ପିରିନ ପରି ଔଷଧ ଉଚ୍ଚ ରକ୍ତଚାପକୁ କମ୍ କରିବାରେ ସାହାଯ୍ୟ କରିଥାଏ। ଏହି ରିସର୍ଚ୍ଚରୁ ଜଣାପଡ଼ିଛି ଯେଉଁ ମହିଳାମାନଙ୍କର ପ୍ରିକ୍ଲେମ୍ପସିୟାର ନିଦାନ କରାଯାଇଛି,ସେମାନଙ୍କୁ କ୍ରୋନିକ ଉଚ୍ଚ ରକ୍ତଚାପ, ଜେଷ୍ଟେସନାଲ ଡ଼ାଇବେଟିସ୍(ଗର୍ଭବଧି ମଧୁମେହ) ଓ କିଡନୀ ରୋଗ ପରି ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ପୂର୍ବରୁ ଥିବାର ଜଣାପଡ଼ିଛି।