ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୧୨୧ ୟୁନିଟ ରକ୍ତ ସଂଗ୍ରହ, ୧୬ ମହିଳା ଦେଲେ

ଝରିଗାଁ,ଏନ୍ଏନ୍ଏସ୍: ସମ୍ପ୍ରତି କରୋନା ମହାମାରୀ ସମୟରେ ରୋଗୀଙ୍କୁ ରକ୍ତର ଅଭାବ ପରିଲକ୍ଷିତ ହେଉଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆବଶ୍ୟକ ରକ୍ତର ଅଭାବ ଦୂର କରିବା ପାଇଁ ଆଜି ଝରିଗାଁ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଝରିଗାଁ ଆଦର୍ଶ ବିଦ୍ୟାଳୟଠାରେ ଜୀବନ ବିନ୍ଦୁ କର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ୧୨୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ୧୬ ଜଣ ମହିଳା ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ଝରୀଗାଁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ ଦ୍ୱୟ ଉପସ୍ଥିତ ରହି ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଉଦଘାଟନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଝରୀଗାଁ ବିଡ଼ିଓ ଦେବେନ୍ଦ୍ର ବହାଦୁର ସିଂ, ଧରୁଆ ଥାନା ଅଧିକାରୀ ନରେଶ କୁମାର ପ୍ରଧାନ, ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ ପାଢ଼ୀ, ସାଂସଦଙ୍କ ବ୍ଲକ ପ୍ରତିନିଧି ପ୍ରିୟ ରଞ୍ଜନ ଦାସ, ତହସିଲଦାର ଚିନ୍ମୟ ସାଗର, ଜିଲ୍ଲା ପରିଷଦ ସଭ୍ୟ ମୋହନ ନାୟକ, ବ୍ଲକ ଅଧ୍ୟକ୍ଷ ରାମୁଲା ଗଣ୍ଡ, ଉପାଧ୍ୟାକ୍ଷା ମଞ୍ଜୁ ପନକା, ସରପଞ୍ଚ ଅଗନ୍ତି ପୂଝାରୀ, ଝରୀଗାଁ ପଞ୍ଚାୟତ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ।

ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଶିବିରର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହି ଭଲମନ୍ଦ ବୁଝିବା ସହ ରକ୍ତ ଦାନ ମହତ କାର୍ଯ୍ୟ ସେଥିପାଇଁ ପ୍ରତେକଙ୍କୁ ସାଧୁବାଦ ଦେବା ସହ ଆତ୍ମବିଶ୍ୱାସ ସହିତ ରକ୍ତ ଦାନ କରି ରକ୍ତ ଅଭାବରୁ କାହାରିକୁ ମାରିବାକୁ ଦେବା ନାହିଁ ବୋଲି ସଂକଳ୍ପ କରାଇଥିଲେ। ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ବ୍ଲଡ୍ ବ୍ୟାଙ୍କ ଟିମ୍ ଝରୀଗାଁ ସ୍ୱାସ୍ଥ୍ୟବିଭାଗ କର୍ମଚାରୀଙ୍କ ଉପସ୍ଥିତି ଏବଂ ସ୍ବେଛାସେବୀ ଲଛମା ଗଣ୍ଡ ବାସନ୍ତୀ ଗଣ୍ଡ ରାମଧର ମାଝୀ ପ୍ରମୁଖ ସ୍ବେଛାସେବୀ ଶିବିରରେ ରକ୍ତଦାନ କରି ସହଯୋଗ କରିଥିଲେ। ଶେଷରେ ଅତିଥିଗଣ ରକ୍ତ ଦାତାଙ୍କୁ ମାନପତ୍ର ଏବଂ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ।