‘ଓଡିଶା ମୋ ପରିବାର’ ପକ୍ଷରୁ ରକ୍ତଦାନ ଶିବିରର ଶୁଭାରମ୍ଭ

ଦେବଗଡ଼,ଏନ୍ଏନ୍ଏସ୍: କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ରକ୍ତ ଭଣ୍ଡାରରେ ରୋଗୀଙ୍କ ପାଇଁ ରକ୍ତର ଅଭାବ ଦେଖାଦେଇଛି। ଏହାକୁ ଆଖିଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ  ଆଜିଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ‘ଓଡିଶା ମୋ ପରିବାର’ ଓ ଦେବଗଡ଼ ଜିଲ୍ଲା ‘ଜୀବନ ବିନ୍ଦୁ’ ପକ୍ଷରୁ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ଦେବଗଡ଼ ବିଜୁ ଜନତା ଦଳ ଜିଲ୍ଲା ସଭାପତି ତଥା ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଆଜି ପୂର୍ବାହ୍ନରେ  ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ ବରିଷ୍ଠ ମହିଳା ନେତ୍ରୀ ଉମା ନାୟକ ଉଦଘାଟନ କରିଥିଲେ।  ଆଜି  ୩୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦେବଗଡ଼ ନଗର ସଭାପତି ଶୁକଦେବ ଭଟ୍ଟ, ପୂର୍ବତନ ନଗରସଭାପତି କାମାକ୍ଷା ଗଙ୍ଗଦେବ, ବାଦଲ ନାୟକ, ସାନ୍ତନୁ ଦାସ, ଶିବାନନ୍ଦ ଗଡନାୟକ, ପପୁନ ଦେବ, ଗନିଦେବ ଓ ଧୀରେନ ଦେବ ପ୍ରମୁଖ ସହଯୋଗ କରିଥିଲେ।