ବିବାହ ଅବସରରେ ରକ୍ତଦାନ ଶିବିର

ବରଗଡ଼,ଏନ୍ଏନ୍ଏସ୍ : ଚକରକେନ୍ଦ ଠାରେ ଅନୁଷ୍ଟିତ ବିବାହ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଚକରକେନ୍ଦ ନିବାସୀ ଶଂକର୍ଷଣ ପଧାନ ତପସ୍ୱିନୀ ପଧାନଙ୍କୁ ବିବାହ କରିଥିବା ବେଳେ ତାଙ୍କ ବିବାହକୁ ସ୍ମରଣୀୟ କରିବା ଉଦ୍ୟେଶ୍ୟ ରେ ଏହି ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଥିଲା । ନିଷ୍ଠା ପରିବାର ଏବଂ ଜୟ ମାନବ ମଂଚ ତରଫରୁ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ।

ଏହି ଶିବିରରେ ସର୍ବମୋଟ୍ ୨୧ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସଂଗୃହୀତ ହୋଇଥିଲା। ଶିବିର ଆୟୋଜନରେ ନିଷ୍ଠା ପରିବାର ଏବଂ ଜୟ ମାନବ ମଂଚ ସକ୍ରିୟ ସହଯୋଗ କରିଥିବା ବେଳେ ନିଷ୍ଠାର ଉପ ସଭାପତି ଖଗେଶ୍ୱର ସାହୁ, ସଂପାଦକ ଅଶ୍ୱିନୀ ତ୍ରିପାଠୀ ଏବଂ ରବି ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସମସ୍ତ ରକ୍ତ ଦାତା ଏବଂ ଶୁଭେଚ୍ଛୁ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏପରି ନିଆରା ରକ୍ତଦାନ ଶିବିର ଆୟୋଜନ କରି ନବ ଦମ୍ପତି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।