ଆନନ୍ଦ ମାର୍ଗ ସେବା ୟୁନିଟ ଓ କଣ୍ଢଳ ସ୍ପୋର୍ଟସ କ୍ଲବ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ବ୍ଲକ୍ କଣ୍ଢଳସ୍ଥିତ ଆନନ୍ଦ ସେବା ସଦନ ନର୍ସିଂହୋମ ଠାରେ ଆଜି ଆନନ୍ଦ ମାର୍ଗ ସେବା ୟୁନିଟ ଓ କଣ୍ଢଳ ସ୍ଟୋର୍ଟସ କ୍ଲବ ସଦସ୍ୟଙ୍କ ମିଳିତ ଆନୁକୂଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲା ରକ୍ତ ଭଣ୍ଡାରର ଅଧିକାରୀ ଡକ୍ଟର ଅମିତ କୁମାର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ସମ୍ମାନିତ ଅତିଥି ଭାବେ ଆନନ୍ଦ ସେବା ସଦନ ନର୍ସିଂ ହୋମର ଡାକ୍ତର କେଦାର ଧଳ ବାରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବାବୁ ସିଂ, ଡକ୍ଟର ସମ୍ବିତ କୁମାର ପ୍ରଧାନ, ଡାକ୍ତର ସୁଶୀଲ କୁମାର ସାହୁ, ଓଡିଶା ମୋ ପରିବାର ଜୀବନ ବିନ୍ଦୁର ସଦସ୍ୟ ଶୁକଦେବ ଭଞ୍ଜ, ଲଳିତପାଳ, ହୀରାଲାଲ ସାହୁ, ବିଶ୍ୱନାଥ ସାହୁ, ନେହେରୁ ଯୁବକେନ୍ଦ୍ରର ସଂଯୋଜକ ପ୍ରଦୀପ କୁମାର ବିଶ୍ୱାଳ, ସ୍ଟୋର୍ଟସ କ୍ଲବର ସଭାପତି ନିରଞ୍ଜନ ବେହେରା, ରାଜକିଶୋର ପ୍ରଧାନ, ଆଇନଜୀବୀ ଟିକେଶ୍ୱର ଧଳ ଓ ଦୟାନିଧି ବେହେରା ପ୍ରମୁଖ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଶିବିରରେ ମୋଟ ୫୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଅବସରରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ମାକ୍ସ ଓ ଟିସାର୍ଟ ରକ୍ତଦାତାମାନଙ୍କୁ ପ୍ରଦାନ କରାଯାଇଥିଲା। ଏହି ଶିବିରକୁ ରକ୍ତ ଭଣ୍ଡାରର କର୍ମଚାରୀମାନେ ପରିଚାଳନା କରିଥିଲେ। ଶିବିର ସମାପନ କାର୍ଯ୍ୟକ୍ରମରେ ଆନନ୍ଦ ସେବା ସଦନର ନିର୍ଦ୍ଦେଶିକା ସବିତା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।