ଡୁମୁରିପୁଟ ପିଏଚସିରେ ରକ୍ତଦାନ ଶିବିର, ୫୨ ୟୁନିଟ ରକ୍ତ ସଂଗ୍ରହ

କୋରାପୁଟ,ଏନ୍ଏନ୍ଏସ୍: ମାଥିଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ଡୁମୁରିପୁଟର ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନରେ କାର୍ଯ୍ୟରତ ବରିଷ୍ଠ ବୈଷୟିକ ସହାୟକ ଇଂ. ଉମାକାନ୍ତ ମହାନ୍ତିଙ୍କ ଝିଅ ଡ. ଶାଶ୍ୱତୀ ମହାନ୍ତି ଓ ପୁଅ ଡ. ସୌରଭ ମହାନ୍ତିଙ୍କ ନିଜସ୍ୱ ଅର୍ଥରେ ଏକ ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି। ଶିବିରରେ ୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।

ଡୁମୁରିପୁଟ ବୀର ସୁରେନ୍ଦ୍ର ସାଏ ପାଠାଗାରର ସଭାପତି ଏମ. ସୁରେଶ କୁମାର, ସମ୍ପାଦକ ଜଗଦୀଶ ଖୋସଲା ଓ ଇଂ. ଉମାକାନ୍ତ ମହାନ୍ତିଙ୍କ ଉପସ୍ଥିତିରେ ପଦ୍ମପୁର ସରପଞ୍ଚ ଲକ୍ଷ୍ମୀ ହଞ୍ଜରିଆ ଶିବିରକୁ ଉଦଘାଟନ କରିଥିଲେ। ଶିବିରରେ ଡ. ସୋହନ ନାୟକ, ଡ. ଯୋଗେନ୍ଦ୍ର ମାଝୀ, କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଡ. ଆଶିଷ ମହାପାତ୍ର, ଡ. ଅଭିନାଶ ରାଉତ, ଡ. ସ୍ୱାଗତ ବିଶ୍ୱାଳ, ଡ. ସଞ୍ଜିବ କୁମାର ବେହେରା, ଡ. ଏସ୍ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ।

ଡୁମୁରିପୁଟ ପିଏଚସିର ଫାର୍ମାସିଷ୍ଟ୍ ରାଜେନ୍ଦ୍ର କୁମାର ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରମିଳା ଜେନା, ସୁଜାତା ପଣ୍ଡା, ଫାର୍ମାସିଷ୍ଟଙ୍କ ସହଧର୍ମିଣୀ ଜ୍ୟୋତ୍ସ୍ନାରାଣୀ ପଣ୍ଡା, ଆଟେଣ୍ଡାଣ୍ଟ ଭାସ୍କର ସାହୁ, ଲଳିତ ଖରା ପ୍ରମୁଖ ଶିବିର ପରିଚାଳନାରେ ସହାୟତା କରିଥିଲେ। ଆସନ୍ତା ଦିନରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ ବୋଲି ଡାକ୍ତର ଶାଶ୍ୱତୀ ମହାନ୍ତି ସୂଚନା ଦେଇଛନ୍ତି।