ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର, ଯୋଗଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କଲେ ମନ୍ତ୍ରୀ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଗଣ୍ଡପତ୍ରାପାଲି ପଞ୍ଚାୟତ ଫପସି ଆମ୍ବେଦକର ଭବନ ଠାରେ ସ୍ଥାନୀୟ ସରପଞ୍ଚ ମନେସ ସୁନାଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ମାନପତ୍ର ପ୍ରଦାନ କରିଥିଲେ। ଓଡ଼ିଶା ମୋ’ ପରିବାର ଆନୁକୂଲ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୬ ତମ ଜନ୍ମତିଥିରେ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଓ ସବୁବେଳେ ଗରିବ ଲୋକଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ସେବା ଯୋଗାଇ ଦେଇ ଆସୁଛନ୍ତି ଏବଂ ମହିଳା ମାନଙ୍କ ପ୍ରତି ସବୁବେଳେ ଗୁରୁତର ଦେଇ ଆସୁଥିବା ବେଳେ ଏହି ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରୁଛି ମୁଖ୍ୟମନ୍ତ୍ରୀଙ୍କୁ ବୋଲି ମତବ୍ୟକ୍ତ ଦେଇଥିଲେ ମନ୍ତ୍ରୀ ଟୁକୁନି ସାହୁ।

ଏହି ରକ୍ତଦାନ ଶିବିରରେ ବିଜେଡି ବ୍ଲକ୍‌ ସଭାପତି ଟୁନୁ ରାଜପଲିଆ, ପ୍ରେମ ଜୈନ, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ସାହୁ, ବ୍ଲକ୍‌ ଯୁବ ସଭାପତି ଭୈରବ ସାହୁ, କେଶବ ଚନ୍ଦ୍ର ନାଏକ, ରାଜୁ ସାହୁ, ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ର ବଦନ ପୁରୋହିତ, ରାଜ କିଶୋର ଡାଙ୍ଗ, ଡୋଲାମଣି ଥପା, ନିଲୁ ମହାନନ୍ଦ, ବ୍ଲକ ଛାତ୍ର ସଭାପତି ଆଲୋକ ବୁଡେକ, ନିରଞ୍ଜନ କୁମ୍ଭାର, ପୂଜ୍ୟ ପ୍ରେମ କୁମ୍ଭାର, ଅଭିମନ୍ୟୁ ସୁନା, ବିକ୍ରମ ମହାନନ୍ଦ, ବ୍ଲକ ଯୁବ ଉପ ସଭାପତି ବିକି ଜୀ ନାଗ, ବିନୋଦ ନାଗ, ବିକ୍ରମ ସିଂ ବୁଡେକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ଟିଟିଲାଗଡ଼ ଡାକ୍ତରଖାନାର ଗଜେନ୍ଦ୍ର ନାଥ ରାଉତ, ରତ୍ନାକର ପୁଟେଲ, ବିନୟ ସାହୁ, ଅଶୋକ ଦୋରା, ବିମଲ ହାତୀ ପ୍ରମୁଖ ଥିବା ବେଳେ ୮୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରାଯାଇଛି। ସବୁବେଳେ ମହିଳା ମାନଙ୍କ ପ୍ରତି ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା ବେଳେ ସମାଜସେବୀ ପ୍ରିତୀ ସୁନା ଜଣେ ମହିଳା ହିସାବରେ ରକ୍ତ ଦାନ କରି ପ୍ରଶଂସାର ପାତ୍ର ମଧ୍ୟ ହୋଇ ପାରିଛନ୍ତି। ବିଜେଡି ଦଳର ଶତାଧିକ କର୍ମୀ ମାନେ ସହଯୋଗ କରିଥିଲେ।