ରିଆମାଳରେ ପୁଲିସ ପକ୍ଷରୁ ରକ୍ତଦାନ ଶିବିର

ରିଆମାଳ,ଏନ୍ଏନ୍ଏସ୍: ଦେବଗଡ଼ ଜଲ୍ଲା ପୁଲିସ ପ୍ରଶାସନ ଆନୁକୂଲ୍ୟରେ ଓ ରିଆମାଳ ପୁଲିସ ପ୍ରଶାସନ ସହଯୋଗରେ ରିଆମାଳ କଲ୍ୟାଣ ମଣ୍ଡପ ଠାରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଦେବଗଡ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ପାଇକରାୟ ରକ୍ତଦାନ ଶିବିରକୁ ଉଦଘାଟନ କରିବା ସହିତ ଦେବଗଡ ରକ୍ତ ଭଣ୍ଡାରକୁ ଆଜିର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ସହାୟକ ହେବ ବୋଲି ପରିପ୍ରକାଶ କରିଥିବା ବେଳେ ଏସ୍‌ଡି୍‌ପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଙ୍କୁର ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ରିଆମାଳ ବ୍ଲକ୍ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ଉପସ୍ଥିତ ଥିଲେ।

ରିଆମାଳ ଥାନା ଅଧିକାରୀ ଲଳିତା ପ୍ରଧାନଙ୍କ ଆହ୍ୱାନ ଓ ପ୍ରଚେଷ୍ଟାକ୍ରମେ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ଯୋଗଦେଇ ରକ୍ତଦାନ କରିଥିଲେ। ଦେବଗଡ଼ ଜିଲ୍ଲା ରକ୍ତ ଭଣ୍ଡାର ଡାକ୍ତର ରବିନ୍ଦ୍ର ମାରାଣ୍ଡି, ପିଆରଓ ମଳୟ କୁମାର ବେହେରା, ଅମ୍ବିକା ଦାଶ, ମିନାକ୍ଷୀ ପ୍ରଧାନ, କ୍ଷୀତିଶ ପ୍ରଧାନ ଓ ଗୋପାଳ କୃଷ୍ଣ ରକ୍ତଦାନ ଶିବିରରେ ରକ୍ତ ସଂଗ୍ରହ କରିଥବା ବେଳେ ରିଆମାଳ ପୁଲିସ ଏସ୍‌ଆଇ ଦେବବ୍ରତ ନାୟକ, ଏସ୍‌ଆଇ ମାଗୁଣୀ ଗଡନାୟକ, ଏସ୍‌ଆଇ ଟିଂଟସ ହୋରୋ ଓ ସମସ୍ତ ପୁଲିସ କର୍ମଚାରୀ ସହଯୋଗ କରିଥିଲେ।