ପୁଲିସ ତରଫରୁ ରକ୍ତଦାନ ଶିବିର

ବଲାଙ୍ଗିର,ଏନ୍ଏନ୍ଏସ୍ କରୋନା ସଂକ୍ରମଣ ଯୋଗୁ ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଛି। ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ବଲାଙ୍ଗିର ପୁଲିସ ତରଫରୁ ସ୍ଥାନୀୟ ଆଦର୍ଶ ଥାନା ପରିସରରେ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ବଲାଙ୍ଗିର ଏସପି ସନ୍ଦୀପ ମଡ଼କ ଉଦଘାଟନ କରିଥିବାବେଳେ ବହୁ ସଂଖ୍ୟକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଭ୍ୟମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏପର୍ଯ୍ୟନ୍ତ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବାବେଳେ ଦ୍ୱିତୀୟଥର ପାଇଁ ପୁଲିସ ଏପରିି ଏକ ରକ୍ତଦାନ ଶିବିରର ଆୟୋଜନ କରିଛି।