ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ରକ୍ତଦାନ ଶିବିର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ନେତୃତ୍ୱରେ ବିଜେଡି ପକ୍ଷରୁ ରାଜପୁରଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ୬୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲା ବିଜୁ ଜନତା ଦଳ ସଭାପତି କିଶୋର କୁମାର ମହାନ୍ତି ଉପସ୍ଥିତ ରହି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେ କହିଛନ୍ତି ଭାରତର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ତାଙ୍କ ମାର୍ଗଦର୍ଶନରେ ରାଜ୍ୟ ବିକାଶ ପଥରେ ଆଗେଇ ଚାଲିଛି। ତାଙ୍କ ଜନ୍ମ ଦିନ ଅବସରରେ ଦୀର୍ଘାୟୁ କାମନା କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହାସହ କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ବ୍ୟବହାର କରିବା, ସାବୁନରେ ହାତ ଧୋଇବା ବିଷୟରେ ଲୋକଙ୍କୁ ସଚେତନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ବିଜେଡି ଉପସଭାପତି ବିଶ୍ୱନାଥ ନାୟକ, ଯୁବ ବିଜେଡି ସଭାପତି ପ୍ରଶାନ୍ତ କୁମାର ଜେନା, ବିଜେଡି ଏସସି ସେଲ ସଭାପତି ଜୟପ୍ରକାଶ କୁଅଁର, ରାଧାକାନ୍ତ ପ୍ରଧାନ, ମିତ୍ରଭାନୁ ସାହୁ, ସରପଞ୍ଚ ଝରଣା ସାଗର, ସମିତି ସଭ୍ୟ ଗଣେଶ ବାଗ, ତପସ୍ୱିନୀ ମେହେର, କୁଳମଣି ଦାସ, ସଞ୍ଜିତ ପଧାନ, ପ୍ରମୋଦ ଗଡତିଆ ପ୍ରମୁଖ ଉପସ୍ଥିତ ଥିଲେ।