ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ କଣ୍ଟିଆପଡ଼ା ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଶୁକ୍ରବାର ପାଟଣା ବ୍ଲକ୍ ବିଜେଡି ତରଫରୁ ଜୀବନ ବିନ୍ଦୁ କାର୍ୟ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ରକ୍ତଦାନ ଶିବିରରେ ସାମାଜିକ ଦୂରତା ରକ୍ଷା କରି ମୋଟ ୩୧ୟୁନିଟ ରକ୍ତ ସଂଗ୍ରହ ହୋଇଛି।
ଏହି ରକ୍ତଦାନ ଶିବିରରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ରାଜ୍ୟ ବିଜେଡି ସମ୍ପାଦକ ଆଶୀଷ ଚକ୍ରବର୍ତ୍ତୀ, ବ୍ଲକ୍ ଅଧ୍ୟକ୍ଷ ବିଶ୍ୱନାଥ ନାଏକ, ଉପାଧ୍ୟକ୍ଷ୍ୟା ଲକ୍ଷ୍ମୀପ୍ରିୟା ବେହେରା, ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, କଣ୍ଟିଆପଡ଼ା ସରପଞ୍ଚ ଚକ୍ରଧର ନାଏକ, ସମିତିସଭ୍ୟ ବିଭୂତି ଭୂଷଣ ନାଏକ, କଣ୍ଟିଆପଡ଼ା ପଞ୍ଚାୟତ ବିଜେଡି ସଭାପତି ମଧୁସୂଦନ ମହାନ୍ତ, ଚାଖୁଣ୍ଡାପାଳ ସରପଞ୍ଚ କଇଁତା ନାଏକ, ସମିତି ସଭ୍ୟ ନାରଙ୍ଗ ନାଏକ, ନାରୀ ନେତ୍ରୀ ରୀନା ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ସୁରୁମାଲ ବେହେରା ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିର ପରିଚାଳନା କରିଥିଲେ।
ଡ଼. ସୁବାସ ଚନ୍ଦ୍ର କରଙ୍କ ଉପସ୍ଥିତିରେ ଜିଲ୍ଲା ରକ୍ତ ସଂଗ୍ରହାଳୟ ପକ୍ଷରୁ ପିଆରଓ ଅକ୍ଷୟ ସାହୁ, ଟେକ୍ନିସିଆନ ଜଗନ୍ନାଥ ମହାନ୍ତ, ଶଙ୍କର୍ଷଣ ନାୟକ ପ୍ରମୁଖ ଏହି ଶିବିର ପରିଚାଳନା କରିଥିଲେ।