ବିରଳ ରକ୍ତଦେଇ ମହାନତା ଦେଖାଇଲେ ଯୁବକ

ଅନୁଗୁଳ,ଏନ୍ଏନ୍ଏସ୍: ମହିଳାଙ୍କୁ ବିରଳ ବମ୍ବେ ଫେନୋଟାଇପ ରକ୍ତ ଦାନ କରି ମହାନତା ଦେଖାଇଲେ୨ ଯୁବକ।  ସୂଚନା ଅନୁସାରେ, ପାଲଲହଡା ଅଞ୍ଚଳର ସସ୍ମିତା ସାମଲ ନାମକ ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଥିଲେ। ଜନ୍ମଦେବା ପରେ ବ୍ଳିଡିଂ ବନ୍ଦ ନ ହେବାରୁ ରକ୍ତର ଅଭାବ ଦେଖା ଦେଇଥିଲା।  ବିରଳ ବମ୍ବେ ଫେନୋଟାଇପ ରକ୍ତର ଆଵଶ୍ୟକତା ପଡିବାରୁ ବି ହ୍ୟୁମାନ ଗ୍ରୁପ ସୋସିଆଲ ମିଡିଆରେ ରକ୍ତ ଦାନ କରିବା ପାଇଁ ନିବେଦନ କରିଥିଲେ। ସୋସିଆଲ ମିଡ଼ିଆ ଦେଖି ଭୁବନେଶ୍ବରର ଦୁଲ୍ଲଭ କୁମାର ସାହୁ ଏବଂ ମାନସ ରଞ୍ଜନ ପ୍ରଧାନ ତାଳଚେର ଆସି ରକ୍ତ ଦାନ କରି ମାନବିକତାର ମହାନତା ଦେଖାଇଛନ୍ତି। ତାଳଚେର ସଦର ହସ୍ପିଟାଲରେ ମହିଳାଙ୍କୁ ୨ଟି ଅତି ବିରଳ ବ୍ଲଡ଼ ଦାନ କରିଛନ୍ତି ଭୁବନେଶ୍ୱରର ଦୁଇଜଣ ସ୍ବେଚ୍ଛାସେବୀ।