ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଥିବା “ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଆଜି ୪ର୍ଥ ଦିନରେ ପହଞ୍ଚିଛି। ବିଜୁ ମହିଳା ଜନତା ଦଳ ପକ୍ଷରୁ ଆଜି ୯୩ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଏଥିରେ୯୩ଜଣ ମହିଳା ରକ୍ତଦାନ କରିଥିଲେ। ଦେବାଶିଷ ମହାନ୍ତି ଓ ଜିଲ୍ଲା ଯୁବ ବିଜେଡି ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ମିଳିତ ସଂଯୋଜନା ଏବଂ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ବୀଣାପାଣି ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଡା ଦେବାଶିଷ ମାର୍ଣ୍ଡି , ପୂର୍ବତନ ବିଧାୟକ ଭାଦବ ହାଁସଦା, ଶ୍ରୀ ନାଥ ସୋରେନ, ଯୁବ ବିଜେଡ଼ିର ଜୋନାଲ ସଭାପତି ସୁବ୍ରମଣ୍ୟମ୍ ମାହାନ୍ତି, ରାଜ୍ୟ ବିଜେଡି ସମ୍ପାଦକ କୃଷ୍ଣଚନ୍ଦ୍ର ଦାସ, ଜିଲ୍ଲା ମହିଳା ପର୍ଯ୍ୟବେକ୍ଷକ ଉର୍ମିଲତା ଦାସ, ଖୁଣ୍ଟା ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ମାର୍ଣ୍ଡି, ବରିଷ୍ଠ ନାରୀ ନେତ୍ରୀ ପ୍ରତିନନ୍ଦା କାନୁନଗୋ, ବରିଷ୍ଠ ନେତା ଜ୍ଞାନରଞ୍ଜନ ଦାଶ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରଭାତ ନାୟକ, ପୂର୍ବତନ ନଗରପାଳ ରାଜ ଶିବ ନାରାୟଣ କିସ୍କୁ, କୃଷ୍ଣାନନ୍ଦ ମାହାନ୍ତି, ମହିଳା କାର୍ଯ୍ୟକାରୀ ସଭାପତି ସବିତା ବେହେରା, ପୂର୍ବତନ ଉପନଗରପାଳ ଦିପ୍ତି ଲତା ମିଶ୍ର, ମହିଳା ସହର ସଭାପତି ଗୀତାରାଣୀ ବେହେରା, ପୂର୍ବତନ କାଉନସିଲର ପ୍ରଭାତ ମହାନ୍ତି, ସୀମା ଦାସ, ଦେବାଶିଶ ପାତ୍ର, ଅନନ୍ତ ଦାସ, ଶ୍ରାବଣୀ ଦାସ, ରତ୍ନାକର ବେହେରା, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଅରୁଣ ବରାଡ ପ୍ରମୁଖ ଉପସ୍ଥିତ ରହିଥିଲେ।