ମାରୱାଡି ଯୁବାମଞ୍ଚ ପକ୍ଷରୁ ରକ୍ତଦାନ ଶିବିର

ଦେବଗଡ଼, ଏନଏନଏସ : ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଆଜି ଉତ୍କଳ ପ୍ରାନ୍ତୀୟ ମାରୱାଡି ଯୁବାମଞ୍ଚ ଦେବଗଡ଼ ଶାଖା ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଛି ।  ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ ଏହି ଶିବିରକୁ ଉଦଘାଟନ କରିଥିଲେ । ଯୁବ।ମଂଚ ସଭାପତି ଜିତେନ୍ଦ୍ର କୁମାର ଅଗ୍ରୱାଲ ଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ଆୟୋଜିତ ରକ୍ତଦାନ ଶିବିର କୁ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଅମିତ କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ ମାରୱାଡି ଯୁବାମଞ୍ଚ ର ସମସ୍ତ ସଦସ୍ୟ  ସହଯୋଗ କରିଥିଲେ । ଏହି ରକ୍ତଦାନ ଶିବିର ରେ ଯୁବାମଂଚ ସଦସ୍ୟ, ଜନସାଧାରଣ ଙ୍କ ସମେତ ଜିଲ୍ଲା ପୁଲିସ ର ବହୁ ଅଧିକାରୀ ଓ କର୍ମଚାରୀ ସ୍ଵେଛାକୃତ ରକ୍ତଦାନ କରିଥିଲେ । ଏହି ଅବସରରେ ଦେବଗଡ଼ ଆଦର୍ଶ ଥାନା ଅଧିକାରୀ ଙ୍କ ସମେତ ଏକାଧିକ ପୁଲିସ ଅଧିକାରୀ ସ୍ଵେଛାକୃତ ରକ୍ତଦାନ କରି ଆୟୋଜକ ଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ସ୍ଵେଛାକୃତ ରକ୍ତ ଦାତା ମାନଙ୍କୁ ଆୟୋଜକ ମଞ୍ଚ ପକ୍ଷରୁ ମାନପତ୍ର ଓ ମେଡାଲ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।