ଝରିଗାଁ ବ୍ଲକରେ ୩୦୧ୟୁନିଟ୍ ରକ୍ତ ସଂଗ୍ରହ

ଝରିଗାଁ,ଏନ୍ଏନ୍ଏସ୍: ରକ୍ତଦାନ କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ କେରର୍ଡ ସୃଷ୍ଟି କରିଛି। ‘ଓଡିଶା ମୋ ପରିବାର’ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ଆଜି ୩୦୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଝରିଗାଁ କଲେଜ ପରିସରରେ ଅନୁଷ୍ଠିତ ଏହି ଶିବିରକୁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଝରିଗାଁ ବିଡ଼ିଓ ଦେବେନ୍ଦ୍ର ବହାଦୁର ସିଂ ଧରୁଆ, ବିଜେଡି ବ୍ଲକ ସଭାପତି ଉଦୟ ନାଥ ନାୟକ, ସାଂସଦ ପ୍ରତିନିଧି ପ୍ରିୟ ରଞ୍ଜନ ଦାଶ, ଅଶୋକ କୁମାର ମୂର୍ତ୍ତି, ଜିଲ୍ଲାପରିଷଦ ସଭ୍ୟ ମୋହନ ନାୟକ, ମୋହନ ପ୍ରଧାନୀ, ମଦନ ସାମଲ, ଶିବ ଶତପଥୀ, ଚମ୍ପାଲାଲ ପନକା ପ୍ରମୁଖ ଉପସ୍ଥିତ ଥିଲେ।

 

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ପ୍ରମୋଦ ପାଢ଼ୀ, ବ୍ଲକ ଅଧ୍ୟକ୍ଷା ରମୁଳା ଗଣ୍ଡ ଦୁର୍ଗାମାଝୀ, ସଞ୍ଜୟ ଲେଙ୍କା, ବାପି ସିଲ, ଟିକଚନ ମାଝୀ, ରମେଶ ସତନାମୀ, ବଳରାମ ପଟ୍ଟନାୟକ, ସଞ୍ଜୟ ଗୁପ୍ତା, ପୁରୁଷୋତ୍ତମ ପାରି, ବାସନ୍ତୀ ଗଣ୍ଡ, ପ୍ରଦୀପ ଗାଉନଟିଆ ପିଙ୍କୁ, ବଂଶୀ ପନକା, ରାକ୍ଷୀ ରାମ, ଶଙ୍କର ପନକା, ମୁକେଶ ଗୁପ୍ତା ପ୍ରମୁଖ ସହଯୋଗ କରିଥିଲେ। ସମସ୍ତ ରକ୍ତଦାତାଙ୍କୁ ସାଂସଦ ଶ୍ରୀ ମାଝୀ ସମ୍ମାନିତ କରିଥିଲେ।