ରାୟଗଡା,ଏନ୍ଏନ୍ଏସ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମ ଦିବସ ଅବସରରେ ରାୟଗଡା ଜିଲ୍ଲା ବିଜେପି ତରଫରୁ ଏକ୍ତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କୋଭିଡ ୧୯ ନିୟମକୁ ଦୃଷ୍ଟିରେ ଅଳ୍ପ ସଂଖ୍ୟକ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ୩୦ ଜଣ କର୍ମୀ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ରକ୍ତଦାନ କରିଥିଲେ। ଏଥିରେ ଯୁବ ଆଦିବାସୀ ନେତା ବସନ୍ତ ଉଲ୍ଲାକା, ଶ୍ୟାମ ଦାସ, ବିଦ୍ୟା ପଣ୍ଡା, ନିଳାଦ୍ରୀ ବିହାରୀ ପାତ୍ର, ମୋଇନା ଆଚାର୍ଯ୍ୟ ଏବଂ ଲକ୍ଷ୍ମୀ ପ୍ରମୁଖ ଉପସ୍ଥିତ ଥିଲେ।