ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, ଏନ୍ଏନ୍ଏସ୍ : ସାମ୍ପ୍ରତିକ ପରିସ୍ଥିତିରେ ବରଗଡ଼ ରକ୍ତଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହୋଇଥିବା ବେଳେ ‘ସଂକଳ୍ପ ପରିବାର’ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବରଡୋଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଶିବିରକୁ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଉଦଘାଟନ କରିଥିବାବେଳେ ମୋଟ ୩୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବରଡୋଲ ସରପଞ୍ଚ ଶରଦ ଅଦାବର ଏବଂ କିଶୋର ମିଶ୍ର ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶିବିର ପରିଚାଳନାରେ ସଭାପତି ରୋହିତ ଜୟସ୍ୱାଲ, ବିକାଶ ଅଗ୍ରୱାଲ, ଶ୍ରୀକାନ୍ତ ପଣ୍ଡା, ଜି ରମେଶ, ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠଙ୍କ ସମେତ ସଂକଳ୍ପ ପରିବାରର ବହୁ ସଦସ୍ୟ ସହଯୋଗ କରିଥିଲେ।