ସାଧାରଣ ନିର୍ବାଚନ ପାଇଁ ମତଦାନ କେନ୍ଦ୍ରଗୁଡ଼ିକର ସ୍ଥିତି ନେଇ ବ୍ଲକସ୍ତରୀୟ ବୈଠକ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଆସନ୍ତା ସଧାରଣ ନିର୍ବାଚନ ପାଇଁ ବେଳପଡ଼ାସ୍ଥିତ ସମ୍ମିଳନୀ କକ୍ଷରେ ପାଟଣାଗଡ଼ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଡା. ବିଜୟା ନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବ୍ଲକର ସମସ୍ତ ଅଙ୍ଗନବାଡି କର୍ମୀ ସୁପର ଭାଇଜରଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମତଦାନ କେନ୍ଦ୍ରଗୁଡ଼ିକର ବର୍ତ୍ତମାନ ପରିସ୍ଥିତି କିଭଳି ଅଛି ସେନେଇ ଉପଜିଲ୍ଲାପାଳ ଆଲୋଚନା କରିଥିଲେ। ଏଥିରେ ବେଳପଡ଼ା ବିଡିଓ ଭିକ୍ଟର ସରେନ, ସହକାରୀ ଜିଲ୍ଲାପାଳ ପଦ୍ମନାଭ ମହାରଣା ଓ ବିଡିଓ ସାରଥୀ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।