ଉମରକୋଟ ବ୍ଲକସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ଶିବିର

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଉମରକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ମୋଟ ୨୫ଜଣ ପଞ୍ଜୀକରଣ କରିଥିଲେ । ଏଥିରେ ୧୯ଟି ବ୍ୟକ୍ତିଗତ ଆପତ୍ତି ଅଭିଯୋଗ ରହିଥିବାବେଳେ ବାକି ୬ଟି ଗୋଷ୍ଠୀଗତ ରହିଥିଲା । ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ମେଗା ଜଳ ପ୍ରକଳ୍ପ, ପ୍ରଧାନମନ୍ତ୍ରୀ ସଡ଼କ, ପ୍ରସୂତିକାଳୀନ ସହାୟତା, ଭତ୍ତା ଓ ଦିବ୍ୟାଙ୍ଗଙ୍କୁ ସହାୟତା ଇତ୍ୟାଦିର ଆପତ୍ତି ଅଭିଯୋଗକୁ ଜିଲ୍ଲାପାଳ ଡା. କମଳଲୋଚନ ମିଶ୍ର ଶୁଣାଣି କରି ଏହାର ତୁରନ୍ତ ସମାଧନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ସାମାଜିକ ସୁରକ୍ଷା ସହାୟତା ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏଥିରେ ୪ଟି ଟ୍ରାଇ ସାଇକେଲ, ୪ଟି ଏଲ୍‌ବୋ କ୍ଲଚେସ୍‌, ଗୋଟିଏ ଅନ୍ଧବାଡ଼ି ପ୍ରଦାନ କରାଯାଇଥିବାବେଳେ ୪ଟି ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧୀକ୍ଷକ ଏସ୍ ସୁଶ୍ରୀ, ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଅନ୍ୟା ଦାସ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁକାନ୍ତ ଶତପଥୀ, ପିଏ ଆଇଟିଡିଏ ରାଜେଶ କୁମାର ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲ୍ଲା କୃଷି ଅଧିକାରୀ ଜି ଭେଙ୍କଟ ରେଡ୍ଡୀ, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି ବିଭାଗ ଚନ୍ଦ୍ରମୋହନ ସାହୁ, ପିଡି ୱାଟର ସେଡ ଚକ୍ରଧର ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ, ଯୋଗାଣ ଅଧିକାରୀ ଦୁର୍ଗା ପ୍ରସାଦ ମାଝୀ, ସ୍ଥାନୀୟ ବିଡିଓ ଡା. ସିମାଞ୍ଚଳ ମାଝୀଙ୍କ ସମେତ ତହସିଲଦାର ଓ ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।