ମୁନିଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ସ୍ଥାନୀୟ ଏସଏନ ଦୁବେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷଣ ଉପକରଣ ପ୍ରଦର୍ଶନୀ – ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ସମସ୍ତ ୧୭ଟି ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟରୁ ୪୫ଟି ବିଦ୍ୟାଳୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁନିଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ଭି .ଭି.ଭାସ୍କର ରାଓ, ସମ୍ମାନୀତ ଅତିଥିଭାବେ ଉଭୟ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରସନ୍ନ କୁମାର ପାତ୍ର ଓ ସୁବାସ ଚନ୍ଦ୍ର ସିଂ ଉପସ୍ଥିତ ରହି ସମସ୍ତ ପ୍ରକଳ୍ପ ବୁଲି ଦେଖିବା ସହ ସଭିଙ୍କୁ ଉତ୍ସାହିତ କରିଥିଲେ। ବିଚାରକ ଭାବେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଅନୱାର ବାସା, ସୁରେନ୍ଦ୍ର କୁମାର ପଣ୍ଡା ଓ ଜନ୍ମେଜୟ ନାୟକ କାର୍ଯ୍ୟ ତୁଲାଇ ଥିଲେ । ମୁନିଗୁଡ଼ାର ଏସ ଏନ୍ ଡବେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମ ସ୍ଥାନ, କାଞ୍ଚନଭଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ୱିତୀୟ ଓ ସମୋଦଳାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୩ୟ ସ୍ଥାନ ହାସଲ କରିଥିଲେ । ବରିଷ୍ଠ ଶିକ୍ଷକ ସୁବାସ ଚନ୍ଦ୍ର କୁରା ମଞ୍ଚ ପରିଚାଳନା କରିଥିବାବେଳେ ବ୍ଲକର ସମସ୍ତ ଆଞ୍ଚଳିକ କେନ୍ଦ୍ରର ସିଆରସିସି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ମୁନିଗୁଡ଼ା ସିଆରସିସି ବିଷ୍ଣୁପ୍ରିୟା ସାହୁକାର ଧନ୍ୟବାଦ ଦେଇଥିଲେ ।