ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷାଙ୍କ ସଭ୍ୟ ପଦ ରଦ୍ଦ

ଦାରିଙ୍ଗବାଡି ଏନ୍ଏନ୍ଏସ୍ : ଦାରିଙ୍ଗବାଡି ବ୍ଲକ ଅଧକ୍ଷା ସୁବେନ୍ତି ପ୍ରଧାନଙ୍କୁ ମଂଗଳବାର ତାଙ୍କ ପଦବୀରୁ ପଦଚ୍ୟୁତ କରିଛନ୍ତି କନ୍ଧମାଳ ଜିଲ୍ଲା ଦୌରା ଜଜ। ନିର୍ବାଚନରେ ୨ରୁ ଅଧିକ ସନ୍ତାନ ଥିବା ଅଭିଯୋଗ ନେଇ ଅଭିଯୋଗ ହେବା ପରେ ଏକାଧିକ ସନ୍ତାନ ଥିବା ଯୋଗୁଁ ତାଙ୍କର ସଭ୍ୟ ପଦ ରଦ୍ଦ କରିଛନ୍ତି କନ୍ଧମାଳ ଜିଲ୍ଲା ଦୌରା ଜଜ୍

ସୂଚନା ପ୍ରକାରେ ଗତ ୨୦୧୭ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଶ୍ରାନିକେତା ପଞ୍ଚାୟତ ସମିତି ସଭ୍ୟ ଭାବେ ସେ ଲଢ଼ି ବିଜୟ ଲାଭ କରିଥିବାବେଳେ ପରବର୍ତୀ ସମୟରେ ବ୍ଲକ ଅଧକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ତେବେ ବ୍ଲକ ଅଧକ୍ଷା ପଦବୀ ପାଇଁ ଲଢ଼ି ପରାସ୍ତ ହୋଇଥିବା ତାଜୁଙ୍ଗିଆ ସମିତିସଭ୍ୟ ରୁଦା ମଲିକ ବିରୋଧୀ ଦଳ ପକ୍ଷରୁ କୋର୍ଟ ରେ ମାମଲା ରୁଜୁ କରିଥିଲେ।

ଦୀର୍ଘ ଦିନ ଧରି ଏହି ମାମଲା କୋର୍ଟରେ ଚାଲିଥିବାବେଳେ ମଂଗଳବାର ଏହି ମାମଲାର ଅନ୍ତ ଘଟିଛି। ଜିଲ୍ଲା ଦୌରା ଜଜ ସୁବେନ୍ତି ପ୍ରଧାନଙ୍କ ସଭ୍ୟ ପଦକୁ ରଦ୍ଦ କରିଥିବାବେଳେ ତାହାର ଶୁଣାଣି ହୋଇଥିଲା । ସୂଚନାଯୋଗ୍ୟ, ସୁବେନ୍ତି ପ୍ରଧାନ ହେଉଛନ୍ତି କନ୍ଧମାଳ ଜିଲ୍ଲା ଘୁ- ଉଦୟଗିରି ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟକ ସାଲୁଗା ପ୍ରଧାନଙ୍କ ପତ୍ନୀ। ବର୍ତ୍ତମାନର ବିଧାୟକ ବିଧାୟକ ପଦବୀରେ ନଥିବା ସତ୍ତେ୍ୱ ଦାରିଙ୍ଗବାଡି ବ୍ଲକ ଅଧକ୍ଷା ପଦକୁ ଦୀର୍ଘ ବର୍ଷ ଧରି ନିଜ ଅକ୍ତିଆରରେ ରଖିଥିଲେ।

ସୂଚନାଯୋଗ୍ୟ ୨୦୧୭ ତ୍ରିସ୍ତରୀୟ ନିର୍ବାଚନରେ ବ୍ଲକ ଅଧକ୍ଷା ଭାବେ ସୁବେନ୍ତି ପ୍ରଧାନ ନିର୍ବାଚିତ ହେଇଥିବା ବେଳେ ପରାସ୍ତ ହୋଇଥିବା ବିରୋଧୀ ଦଳର ତାଜୁଙ୍ଗିଆ ସମିତିସଭ୍ୟା ରୁଦା ମଲିକ ପକ୍ଷରୁ ଏନେଇ କୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଦୀର୍ଘ ଦିନ ଧରି ଏହି ମାମଲା କୋର୍ଟରେ ଚାଲିବା ପରେ ମଙ୍ଗଳବାର ମାମଲାର ଶୁଣାଣି ହୋଇଛି। ଜିଲ୍ଲା କୋର୍ଟ ସୁବେନ୍ତି ପ୍ରଧାନଙ୍କ ସଭ୍ୟ ପଦକୁ ରଦ୍ଦ କରି ଦେଇଛନ୍ତି ।

ସୂଚନାଯୋଗ୍ୟ, ଜି.ଉଦୟଗିରିର ନବନିର୍ବାଚିତ ବିଜେଡି ବିଧାୟକ ସାଲୁଗା ପ୍ରଧାନଙ୍କ ପତ୍ନୀ ହେଉଛନ୍ତି ସୁବେନ୍ତି ପ୍ରଧାନ। ତାଙ୍କର ପୂର୍ବରୁ ୨ଟି ସନ୍ତାନ ଥିବା ବେଳେ ୧୯୯୬ ପରେ ତାଙ୍କର ଅନ୍ୟ ଏକ ପୁଅ ଜନ୍ମ ହୋଇଥିଲେ।