ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ସଇଁନ୍ତଲା ବ୍ଲକର ସମସ୍ତ ସରପଞ୍ଚ ଓ ସମିତିଙ୍କୁ ଆଗମୀ ଦିନରେ ହେବାକୁ ଯାଉଥିବା ପଛୁଆବର୍ଗର ଜାତି ଜନଗଣନା ସମ୍ପର୍କରେ ବ୍ଲକ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି । ବିଡିଓ ଚନ୍ଦ୍ରମଣି ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିପିଓ ପଦ୍ମକାନ୍ତ ପାଣିଗ୍ରାହୀ, ହିସାବ ଅଧିକାରୀ ଲକ୍ଷ୍ମଣ ଜାନୀ ଓ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଜାତି ଜନଗଣାରେ ଅଙ୍ଗନବାଡି କର୍ମୀଙ୍କୁ ନିୟୋଜିତ କାଯାଇ ଥିବାବେଳେ ଅଙ୍ଗନବାଡି କର୍ମୀଙ୍କ ରକ୍ଷାଣବେକ୍ଷଣ ପାଇଁ ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଆସୁଥିବା ପଞ୍ଚାୟତର ଗୋଷ୍ଠୀଗତ ଶୌଚାଳୟ, ଆବର୍ଜନା ପୃଥକୀକରଣ କେନ୍ଦ୍ର, ୩ ଚକିଆ ଆବର୍ଜନା ସଂଗ୍ରହ କେନ୍ଦ୍ର, ଗୋଷ୍ଠୀଗତ କମ୍ପୋଷ୍ଟ ସିଟ ଓ ଗୋଷ୍ଠୀଗତ ଲିଚ ପିଟ ଆଦି ପ୍ରକଳ୍ପର ରକ୍ଷଣବେକ୍ଷଣ ପାଇଁ ସରପଞ୍ଚଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହାସହ ଜନଗଣନା ସମୟରେ ଅପ୍ରିତିକର ପରିସ୍ଥିତି ନ ହେବାକୁ ନେଇ ଉପସ୍ଥିତ ସରପଞ୍ଚ ଓ ସମିତିଙ୍କୁ ବିଡିଓ ଶ୍ରୀ ନାଗ କହିଥିଲେ । ପରେ ବିଭିନ୍ନ ଅଙ୍ଗନବାଡି କର୍ମୀଙ୍କୁ ନେଇ ଜନ ଗଣନା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ ସହିତ ବିଡିଓ ଶ୍ରୀ ନାଗ ଜନ ଗଣନା ସମ୍ପର୍କିତ କିଟ ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ମନିସ ସୁନା, ଆହଲ୍ୟା ସାହୁ, ତିଳୋତ୍ତମା ବାଗ, ନନ୍ଦିକିଶୋର ବଗର୍ତ୍ତି, ରାଜେନ୍ଦ୍ର ଜାନୀ, ପୁରୁଷୋତ୍ତମ କଲତା, ଅନୁରାଧା ସେଠ, ହେମକାନ୍ତି ସାହୁ, ଗଜପତି ସାହୁ ଓ ସମିତି ସଭ୍ୟ ଉମାକାନ୍ତ ରଣା ପ୍ରମୁଖ ଉପସ୍ଥିତ ଥିଲେ।