ପଥର କ୍ୱାରୀ ବିସ୍ଫୋରଣରେ ଶ୍ରମିକ ମୃତ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା କୋଟପାଡ ଥାନା ଅନ୍ତର୍ଗତ ଚିତ୍ରା ଗ୍ରାମ ନିକଟରେ ଥିବା ଏକ ପଥର କ୍ୱାରୀରେ ବିସ୍ଫୋରଣ ଘଟି ସୋମବାର ଅପରାହ୍ଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ କୁସୁମା ଅଞ୍ଚଳର ନିରଂଜନ ନାୟକ ବୋଲି ଜଣାପଡିଛି। ନିରଂଜନ ସ୍ଥାନୀୟ ଏକ ପଥର କ୍ୱାରୀରେ କାମ କରୁଥିବାବେଳେ ଅଚାନକ ବିସ୍ଫୋରଣ ହୋଇଥିଲା। ଫଳରେ ନିରଞ୍ଜନ ଗୁରୁତର ଆହତ ହୋଇଥିଲେ। ନିରଂଜନଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଚିକିତ୍ସାଥୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। କୋଟପାଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।