ରେମୁଣାରେ ଶକ୍ତିଶାଳୀ ବିସ୍ଫୋରଣ, ୩ମହଲା ଘର ଉଡ଼ିଲା

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଚ୍ୟୁତପୁର ଗ୍ରମରେ ବୁଧବାର ରାତି ୧୨ଟା ୩୦ରେ କାଳୀଚରଣ ମହାପାତ୍ରଙ୍କ ଘରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ଏଥିରେ ତାଙ୍କର ୩ମହଲାର ଉପର ଘରଟି ଭାଙ୍ଗି ଯାଇଛି। ତେବେ ବିସ୍ଫୋରଣର ମାତ୍ରା ଅଧିକ ଥିବାରୁ ଏଥିରେ ସମ୍ପୂର୍ଣ୍ଣ ଘରଟି ଭାଙ୍ଗି ଯାଇଛି। ଏପରି ବିସ୍ଫୋରଣରେ ଅନ୍ୟ ପାଖ ଲୋକଙ୍କ ଘରର କାନ୍ଥ ମଧ୍ୟ ଫାଟି ଥିବା ଦେଖାଯାଇଛି।


ସୂଚନା ଅନୁସାରେ କାଳୀଚରଣ ତାଙ୍କ ଉପର ମହଲାଟିକୁ ଖନ୍ତାପଡ଼ା ଥାନା ଅଧୀନ ଶ୍ରୀଧର ମହାନ୍ତିଙ୍କ ପତ୍ତା ମଳିପାରି ନାହିଁ। ଶ୍ରୀଧର ଜଣେ ମାର୍ବଲ ମିସ୍ତ୍ରୀ ବୋଲି ଜଣାପଡ଼ିଛି। ସେହିପରି ଦ୍ୱିତୀୟ ମହଲାଟିକୁ ମଧ୍ୟ ଭଡ଼ା ଆକାରରେ ସୁମିତଙ୍କୁ ଦେଇଥିଲେ। ତେବେ ଦୁର୍ଘଟଣା ସମୟରେ ସୁମିତ ସେଠାରେ ନଥିବାବେଳେ ସେ ଅନ୍ୟତ୍ର ଥିବା ଜଣାପଡ଼ିଛି। ଅନ୍ୟପଟେ ଏହି ବିସ୍ଫୋରଣରେ ବାରୁଦ ଗନ୍ଧ ହୋଉଥିବାବେଳେ ଘର ଆଖପାଖରୁ ବାଣଗୁଡ଼ିକ ପଡ଼ିଥିବା ଦେଖିବାକୁ ମଳିଛି। ବିଷ୍ଫୋରଣର କାରଣ ଅସ୍ପଷ୍ଟ ରହିଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।