ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାର ମୋହନପୁର ଗାଁରେ ଆବାସିକ କୋଠାରେ ଭୀଷଣ ବିସ୍ଫୋରଣ ଘଟିଛି। ଫଳରେ ୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ କିଛିଜଣ ଗୁରୁତର ଆହତ ହୋଇଛନ୍ତି। ଏନେଇ ପୁଲିସ ସୂଚନା ପ୍ରଦାନ କରିଛି।
ପୁଲିସର ସୂଚନାନୁଯାୟୀ, ଘର ମାଲିକ ବାଣ ପ୍ରସ୍ତୁତ କରିବା ପାଇଁ ଭାରି ମାତ୍ରାରେ ଅବୈଧ ବିସ୍ଫୋଟକ ରଖିଥିବାରୁ ନିଆଁ ଲାଗି ଯାଇଥିଲା। ଏଥିରେ ଘର ମାଲିକ ଆସିମ ମଣ୍ଡଳ ଓ ତାଙ୍କର ୨ଜଣ କର୍ମଚାରୀ ମୃତ୍ୟୁବରଣ କରିଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ମଣ୍ଡଳ ୧୦ ବର୍ଷ ହେବ କୋଠାରେ ଅବୈଧ ରୂପେ ବାଣ ଫ୍ୟାକ୍ଟ୍ରି ଚଲାଉଥିଲା। ଆମେ ତାଙ୍କୁ ବହୁବାର ମନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।
ସୂଚନାଯୋଗ୍ୟ, ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା କି କିଛି ଘରର କାଚ ଭାଙ୍ଗି ଯାଇଛି। ବିସ୍ଫୋରଣ ସ୍ଥଳୀରୁ ୨୦୦ କିମି ଦୂରରେ ଶବ ଜବତ ହୋଇଛି।