ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାମରେ ବ୍ଲାକ୍‌ମେଲିଂ, ଜୟପୁରରୁ ଅଭିଯୁକ୍ତକୁ ଗିରଫ କଲା ପୁଲିସ

ବରଗଡ଼,ଏନ୍ଏନ୍ଏସ୍: ମନ୍ତ୍ରୀ ଶ୍ରୀ ସୁଶାନ୍ତ  ସିଂଙ୍କ ନାମରେ ଫୋନରେ ବ୍ଲାକ୍‌ମେଲିଂ କରୁଥିବା ଜଣେ ଯୁବକଙ୍କୁ ସୋହେଲା ପୁଲିସ ଗୁରୁବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଦେବଗଡ଼ ଜିଲ୍ଲା ପ୍ରଭାଶୁଣୀର ମଙ୍ଗଲୁ ଓରଫ ସୁଶାନ୍ତ କୁମାର ରଞ୍ଜିତ ବୋଲି ଜଣାପଡ଼ିଛି। ମଙ୍ଗଲୁକୁ ସୋହାଲ ପୁଲିସ ଗିରଫ କରିଥିବାବେଳେ ତା’ଠାରୁ ୩ଟି ମୋବାଇଲ ଫୋନ୍, ଆଧାରକାର୍ଡ଼ ଓ ବ୍ୟାଙ୍କ ପାସବୁକ୍‌ ଜବତ କରିଛି।

ସୂଚନା ଅନୁଯାୟୀ ମଙ୍ଗଲୁନିଜ ମୋବାଇଲ ପ୍ରୋଫାଇଲରେ ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଫଟୋ ଲଗାଇ ଗତ ଏକ ବର୍ଷ ହେବ ମନ୍ତ୍ରୀଙ୍କ ନାମରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଅନୁଗୁଳ ଆଦି ଜିଲ୍ଲା ସରକାରୀ ଅଧିକାରୀମାନଙ୍କୁ ବ୍ଲାକ୍‌ମେଲିଂକରିଆସୁଥିଲେ। ଏହି ଏକ ବର୍ଷ ମଧ୍ୟରେ ସେ ପ୍ରାୟ ୩ରୁ ୪ଲକ୍ଷ ଟଙ୍କା ଅସୁଲ କରିଥିବା ଜଣାଯାଇଛି। ତେବେ ଏହାର ତଦନ୍ତ ପରେ ମଙ୍ଗଲୁ ଧରାପଡ଼ିଥିବା ବରଗଡ଼ ଏସପି ପଦ୍ମିନୀ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏନେଇ ପୁଲିସ ତଦନ୍ତ ଜାରି ରଖିଥିବା ଜଣାଯାଇଛି।