ରାଜ୍ୟରେ ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଓଡିଶାରେ ବ୍ଲାକ୍ ଫଙ୍ଗସ ଭୂତାଣୁର ଏଣ୍ଟ୍ରି। ଆଜି ଭୁବନେଶ୍ୱରରୁ ଜଣେ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେ ହେଉଛନ୍ତି ଭୁବନେଶ୍ୱର କଳିଙ୍ଗନଗର ଅଞ୍ଚଳର ଓ ୭୧ ବର୍ଷ ବୟସ୍କ। ସେ ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ ଥିଲେ। ତାଙ୍କର ପରିବାରରୁ ଜଣେ କରୋନା ସଂକ୍ରମିତ ହେବା ପରେ ତାଙ୍କର ସ୍ୱାବ୍ ନମୁନା ନିଆଯାଇଥିଲା । ଗତ ଏପ୍ରିଲ ୨୦ତାରିଖରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ଏହାପରେ ସେ ହୋମ୍ ଆଇସୋଲେସନରେ ଥିଲେ । ଗତ ୮ତାରିଖରେ ତାଙ୍କ ଆଖି ଫୁଲିବା ସହ ନାକରୁ କଳାପାଣି ବାହାରିଥିଲା । ପୁରୁଣା ଏୟାର କୁଲର ବ୍ୟବହାର ସଂକ୍ରମଣର କାରଣ ବୋଲି ସନ୍ଦେହ କରାଯାଉଛି ।