ବାଇକ ପିଟିଲା ବସ ଓଲଟିଲା, ୭ ଗୁରୁତର

ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ଖଡ଼ିଆଳ କଣ୍ଟାବାଞ୍ଜି ଜାତୀୟ ରାଜପଥ ବଡ଼ମୁଲା ଠାରେ ଏକ ଘରୋଇ ବସ ଆକାଶ ସହିତ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ବସ ଭାରସ୍ୟାମ ହରାଇ ଓଲଟି ପଡିଥିବା ବେଳେ ୭ଜଣ ଯାତ୍ରୀ ଗୁରୁତର ହେବାରୁ ଖଡ଼ିଆଳ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇ ଚିକିତ୍ସିତ କରାଯାଉଛି ।