ଚିଲିକା,ଏନ୍ଏନ୍ଏସ୍: ନାଚୁଣୀ ପଞ୍ଚାୟତର ନାଚୁଣୀ ମା’ ବିଲ ପାଣ୍ଡବାଶୁଣୀ ପୀଠରେ ବିଜେପି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନାଚୁଣୀ ସରପଞ୍ଚ ସ୍ୱପ୍ନାଞ୍ଜଳି ପଲାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଭ୍ୟ ରାମଚନ୍ଦ୍ର ମହାରଣା ସଂଯୋଜନା କରିଥିଲେ । ଉକ୍ତ କାର୍ଯ୍ୟକ୍ରରେ ମୁଖ୍ୟଅତିଥି ଭାବେ ପୂର୍ବତନ ଚିଲିକା ବିଧାୟକ ଡା. ବିଭୂତି ଭୂଷଣ ହରିଚନ୍ଦନ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ରାଜ୍ୟ ବିଜେପି ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଓ ନାଚୁଣୀ ସମିତି ସଭ୍ୟ ବିରଞ୍ଚି ନାରାୟଣ ରାଉତ ଯୋଗ ଦେଇଥିଲେ । ଏଥିରେ ସରକାରୀ ଯୋଜନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଜେପି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନେଇ ଆଲୋଚନା ହୋଇଥିଲା । ବହୁ ବିଜେପି କର୍ମୀ କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।