ନବରଙ୍ଗପୁର,ଏନ୍ଏନ୍ଏସ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆସନ୍ତା ୨୯ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଯୋଗଦେବା ନିମନ୍ତେ ସର୍ବମୋଟ ୧୨ଟି ବସ୍ ଓ ୩୦ରୁ ଊର୍ଦ୍ଧ୍ୱ ୪ ଚକିଆ ଯାନରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବିଜେପି କର୍ମକର୍ତ୍ତା ଯାତ୍ରା ଆରମ୍ଭ କରିଛନ୍ତି । ସେଥିମଧ୍ୟରୁ ୪ଟି ବସରେ ନବରଙ୍ଗପୁର ବିଧାନସଭା ମଣ୍ଡଳୀର କର୍ମକର୍ତ୍ତା ନବରଙ୍ଗପୁର ମା’ ଭଣ୍ଡାରଘରଣୀଙ୍କ ପିଠରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଯାତ୍ରା ଆରମ୍ଭ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଶକ୍ତି କେନ୍ଦ୍ର ମୁଖ୍ୟ, ସହ ମୁଖ୍ୟ, ପ୍ରଭାରୀ, ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ଓ ପ୍ରଭାରୀଙ୍କ ସହ ବିଜେପି ଜିଲ୍ଲା ନେତୃବୃନ୍ଦ ସଭାପତି ଜଗଦୀଶ ବିଷୋୟୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀଙ୍କ ନେତୃତ୍ୱ ଏବଂ ଦେବଦାସ ମହାକୁଡ଼, ଶ୍ରୀଧର ପାତ୍ର ଓ ଶର୍ମିଷ୍ଠା ଦେଓଙ୍କ ସହଯୋଗିତାରେ ଯାତ୍ରା ଆରମ୍ଭ କରିଥିବା ଜଣାପଡ଼ିଛି ।